33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକଂଗ୍ରେସ ପାଇଁ ଚିନ୍ତା ବଢ଼ିଲା; ନିର୍ବାଚନ ଲଢ଼ିବେନି ଖର୍ଗେ

କଂଗ୍ରେସ ପାଇଁ ଚିନ୍ତା ବଢ଼ିଲା; ନିର୍ବାଚନ ଲଢ଼ିବେନି ଖର୍ଗେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ସମସ୍ୟା ବଢ଼ିବଢ଼ି ଚାଲିଛି । ସଦ୍ୟ ମିଳିଥିବା ଏକ ସୂଚନାନୁସାରେ ଦଳର ସଭାପତି ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖର୍ଗେ, ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା କ୍ଷୀଣ ବୋଲି ସୂଚନା ମିଳିଛି । ଖର୍ଗେ ନିଜ ବଦଳରେ ନିଜ ଜ୍ୱାଇଁ ରାଧାକୃଷ୍ଣନ୍ ଡୋଡ୍ଡାମଣୀଙ୍କୁ ନିଜ ଆସନ କର୍ଣ୍ଣାଟକର ଗୁଲବର୍ଗା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ।

ପ୍ରକାଶ, ଗୁଲବର୍ଗା ଲୋକସଭା ଆସନରୁ ଦୁଇ ଦୁଇ ଥର ସାଂସଦ ଭାବେ ବିଜୟୀ ହୋଇଥିବା ଖର୍ଗେ, ୨୦୧୯ରେ କିନ୍ତୁ ଏଠାରୁ ପରାଜିତ ହୋଇଥିଲେ । ସମ୍ପ୍ରତି ସେ ରାଜ୍ୟସଭା ସାଂସଦ ଭାବେ ଏବଂ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟସଭା ସାଂସଦ ଭାବେ ତାଙ୍କର ଆହୁରି ୪ବର୍ଷର କାର୍ଯ୍ୟକାଳ ବାକି ରହିଛି । ସୁତରାଂ ସେ ଏବେ ନିଜ ଜ୍ୱାଇଁଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିବା ଉପରେ ଅଧିକ ଫୋକସ୍ କରୁଛନ୍ତି । ଅନ୍ୟପକ୍ଷେ ଖର୍ଗେଙ୍କ ପୁଅ ୪୫ ବର୍ଷୀୟ ପ୍ରିୟଙ୍କ ଖର୍ଗେ ମଧ୍ୟ ଏବେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ ଅବସ୍ଥାପିତ ଅଛନ୍ତି । ପ୍ରିୟଙ୍କ ମଧ୍ୟ ନିଜ ପଦକୁ ନେଇ ବେଶ୍ ଖୁସି ଅଛନ୍ତି ଏବଂ ସେ ମଧ୍ୟ ଏବେ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନାହାନ୍ତି ।

ଏସବୁ ମଧ୍ୟରେ ଖର୍ଗେଙ୍କୁ ଏବେ ୮୧ ବର୍ଷ ବୟସ ହୋଇଥିବା ବେଳେ ସେ ଏବେ ଲୋକସଭା ନିର୍ବାଚନ ଲଢ଼ିବା ଅପେକ୍ଷା କଂଗ୍ରେସ ଦଳକୁ ସାଂଗଠନିକସ୍ତରରେ ଅଧିକ ସଶକ୍ତ ଏବଂ ମଜବୁତ୍ କରିବା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା କୁହାଯାଉଛି । ସେ ନିଜେ ମଧ୍ୟ ନିକଟରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ସେ କେବଳ ଏକ ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ବ୍ୟକ୍ତିଗତ ଭାବେ ନିଜକୁ ସୀମିତ ରଖିବାକୁ ଚାହୁଁନାହାନ୍ତି । ସେ ସମଗ୍ର ଦେଶରେ କଂଗ୍ରେସର ବିଜୟକୁ ସୁନିଶ୍ଚିତ କରିବାକୁ ଚାହାନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାକୁ ଚାହୁଁଛନ୍ତି । ସୁତରାଂ ଏସବୁ କାରଣରୁ ଖର୍ଗେଙ୍କୁ ହୁଏତ କଂଗ୍ରେସ ପ୍ରାର୍ଥୀ ଭାବେ ଚଳିତ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିନପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking