କୋଲକାତା: ଦୁର୍ଗା ପୂଜା ପେଣ୍ଡାଲରେ ଦୁର୍ଗାଙ୍କ ପ୍ରତିମାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଜୀଙ୍କୁ ଅସୁର ଭାବେ ଚିତ୍ରଣ କରିବାକୁ ନେଇ ବିବାଦ । ପୁଲିସ ଏହି ଘଟଣାର ତଦନ୍ତ କରି ହିନ୍ଦୁ ମହାସଭା ବିରୁଦ୍ଧରେ ମାମଲା ରୁଜୁ କରିଛି। ଦକ୍ଷିଣ-ପୂର୍ବ କୋଲକାତାର ଏକ ପୂଜା ପେଣ୍ଡାଲରେ ଏପରି ଦେଖିବାକୁ ମିଳିଛି। ଏହି ପ୍ରତିମାକୁ ନେଇ ରବିବାର ଗାନ୍ଧୀ ଜୟନ୍ତୀରେ ବିବାଦ ଆରମ୍ଭ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କୁ ଭୁଲ ଭାବେ ଚିତ୍ରଣ କରିବା ଅଭିଯୋଗରେ ହିନ୍ଦୁ ମହାସଭା ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଦେବୀ ଦୁର୍ଗା, ମହିଷାସୁର ସମେତ ଯେଉଁ ଅସୁରକୁ ସଂହାର କରିଥିଲେ, ଏହାର ଚିତ୍ର ଏହି ପ୍ରତିମୂର୍ତ୍ତି ସହ ନିର୍ମାଣ କାଯାଇଥିଲା। ଏହି ଚିତ୍ରଗୁଡ଼ିକ ମଧ୍ୟରେ ଗୋଟିଏ ଗାନ୍ଧିଜୀଙ୍କ ସହିତ ସମାନ ଚିତ୍ର ଥିଲା। ଏହାକୁ ନେଇ ଶାସକ ଟିଏମସି ସମେତ ବିରୋଧୀ ବିଜେପି ମଧ୍ୟ କଡ଼ା ନିନ୍ଦା କରିଛି। ଅନ୍ୟପଟେ ଆଜି ସକାଳେ ଏହି ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରାଯାଇ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ହଟାଯାଇଛି।