ଭୁବନେଶ୍ୱର: ସର୍ବ ଭାରତୀୟ ସ୍ତର ର ଆହ୍ୱାନ ଅନୁଯାୟୀ ହାତରାସ ଦଳିତ ଯୁବତୀ ଗଣ ଦୁଷ୍କର୍ମ ଘଟଣା ର ପ୍ରତିବାଦ କରି ଭୁବନେଶ୍ୱର ରେ ସି ଆଇ ଟି ୟୁ, ଅଖିଳ ଭାରତ କୃଷକ ସଭା ଏବଂ ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ତରଫରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି l ମାନନୀୟ ରାଷ୍ଟ୍ରପତି ଏବଂ ଓଡିଶା ର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହର ରେ
ମିଳିତ ଭାବେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଆଜି ଅର୍ଥାତ 13 ଅକ୍ଟୋବର ପ୍ରତିବାଦ ହୋଇଯାଇଛି lରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ରାଜ୍ୟପାଳଙ୍କ ଜରିଆରେ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ଦାବୀ ସମୂହ :
¡) ହାଥରାସ ଯୁବତୀ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ର ସୁପ୍ରିମ କୋର୍ଟ ତତ୍ୱାବଧାନ ରେ ନ୍ୟାୟିକ ତଦନ୍ତ କରାଯାଉ l
¡¡)ଏହି ଘଟଣା ରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ପ୍ରଦାନ କରାଯାଉ l
¡¡¡ )ଯେଉଁ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ବିରୋଧ ରେ କଠୋର ଦଣ୍ଡ ବିଧାନ କରାଯାଉ l
¡v )ପୀଡିତା ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ଦେବା ସହିତ ମର୍ଯ୍ୟାଦା ଏବଂ ନିରାପଦ ସହକାରେ ବଞ୍ଚିବା ପାଇଁ ସମସ୍ତ ପ୍ରକାର ର ସୁରକ୍ଷା ପ୍ରଦାନ କରାଯାଉ l
v) ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଘଟଣା ମାନଙ୍କରେ ବର୍ମା କମିଶନ କରିଥିବା ସୁପାରିଶ କୁ କାର୍ଯ୍ୟକାରୀ କରାଯାଉ l
ଏହି ଆନ୍ଦୋଳନ ରେ ସି ଆଇ ଟି ୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏ ଆଇ କେ ଏସ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସମ୍ପାଦକ ସାଲ ମାର୍ଣ୍ଡି, ମହିଳା ନେତ୍ରୀ ତାପସୀ ପ୍ରହରାଜ, ପ୍ରମୋଦିନୀ ସାହୁ, ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ଶ୍ରମିକ ନେତା ସତ୍ୟାନନ୍ଦ ବେହେରା, ଜଗଦୀଶ ଜେନା, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ରାମଚନ୍ଦ୍ର ତ୍ରିପାଠୀ, ସତ୍ୟବ୍ରତ ମହାପାତ୍ର, ମନୋରଞ୍ଜନ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରି ନେତୃତ୍ୱ ନେଇଥିଲେ l