ନୂଆଦିଲ୍ଲୀ : ୧୯୭୧ ରେ ପାକିସ୍ତାନ ସହ ଲୋଙ୍ଗେବାଲା ଯୁଦ୍ଧ ରେ ହିରୋ ଥିବା କର୍ଣ୍ଣେଲ ଧର୍ମବୀରଙ୍କ ଗୁରୁଗ୍ରାମରେ ମୃତ୍ୟୁ ହୋଇଛି । ଧର୍ମବୀର ଲେଫ୍ଟନାଣ୍ଟ ଭାବରେ ଲୋଙ୍ଗେବାଲା ଚେକପୋଷ୍ଟ ରେ ନିୟୋଜିତ ହୋଇଥିଲେ ।ଏହି ଯୁଦ୍ଧ କୁ ନେଇ ଫିଲ୍ମ ବଲିଉଡ ଫିଲ୍ମ ବର୍ଡର ମଧ୍ୟ ତିଆରି କରାଯାଇଛି । ୧୯୯୨-୧୯୯୪ ଯାଏଁ ପଂଜାବ ବାଟାଲିୟନ ର କମାଣ୍ଡ ସମ୍ଭାଳିଥିଲେ ଧର୍ମବୀର । ୧୯୭୧ ମସିହାରେ ଲୋଙ୍ଗେବାଲା ଯୁଦ୍ଧ ରେ କର୍ଣ୍ଣେଲ ଧର୍ମବୀର ଯୁବ ଅଫିସର ଥିଲେ । ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିଲା ଘମାଘୋଟ ଲଢେଇ । ପାକିସ୍ତାନ ର ହଜାର ହଜାର ସୈନିକ ନୂଆଦିଲ୍ଲୀ କୁ କବ୍ଚା କରିବାକୁ ଯେଜନା କରିଥିଲେ । ଡିସେମ୍ବର ୪ ତାରିଖ ରାତିରେ ଲୋଙ୍ଗେବାଲା ଚେକପୋଷ୍ଟ ରେ ଅଧିକ ଯବାନ ନିୟୋଜିତ ହୋଇ ନ ଥିଲେ ।ଲେଫ୍ଟନାଣ୍ଟ ଧର୍ମବୀର ଙ୍କ ନିର୍ଦ୍ଦେଶରେ ପେଟ୍ରୋଲିଂ ଟିମ ସେଠାକୁ ଗସ୍ତ କରିଥିଲେ । ଏହି ସମୟରେ ପାକିସ୍ତାନୀ ପକ୍ଷରୁ କିଛି ଖବର ପାଇଥିଲେ । ତୁରନ୍ତ ଏହି ଖବର କୁ ତତ୍କାଳୀନ ମେଜର କୁଲଦୀପ ସିଂ ଚାନ୍ଦପୁରୀ ଙ୍କୁ ଜଣାଇଥିଲେ । ଏହାପରେ ତତ୍କାଳୀ ମେଜର ଚାନ୍ଦପୁରୀ ଙ୍କନେତୃତ୍ୱ ରେ ଏବଂ ଲେଫ୍ଟନାଣ୍ଟ ଧରମଭୀର ଙ୍କ ନେତୃତ୍ୱ ରେ ଭାରତୀୟ ସେନା ଦଳ ପାକିସ୍ତାନୀ ଙ୍କୁ ପରାସ୍ତ କରିଥିଲେ ।