27.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକାକୁ ମଦ ପିଆଇ ସ୍ଵାମୀ ସହ ଯୌନ ଶୋଷଣ କରୁଥିଲେ ଅଭିନେତ୍ରୀ

ନାବାଳିକାକୁ ମଦ ପିଆଇ ସ୍ଵାମୀ ସହ ଯୌନ ଶୋଷଣ କରୁଥିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବିବାଦରେ ଫସିଲେ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ର ଅଭିନେତ୍ରୀ ଜାରା ଫିଥିୟନ। ପତି ଭିକ୍ଟର ମାର୍କେଙ୍କ ସହ ମିଶି ନାବାଳିକଙ୍କୁ ଯୌଣ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କୋର୍ଟ ଜାରା ଫିଥିୟନଙ୍କୁ ଜେଲ ସଜା ଶୁଣାଇଛନ୍ତି। ପତି ଭିକ୍ଟର ମାର୍କ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଜାରା ପତି ଭିକ୍ଟରଙ୍କ ସହିତ ମିଶି ୧୩ ବର୍ଷର ଜଣେ ନାବାଳିକା ସହିତ ୧୪ ଥର ଯୌନ ଶୋଷଣ କରିଥିଲେ। ଏହା ବ୍ୟତୀତ ଭିକ୍ଟର ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ୧୫ ବର୍ଷୀୟ ଅନ୍ୟ ନାବାଳିକା ସହ ୪ ଥର ଯୌନ ଶୋଷଣ କରିଥିଲେ। କୋର୍ଟ ଏହି ମାମାଲରେ ଜାରାଙ୍କୁ ୮ ବର୍ଷ ଏବଂ ତାଙ୍କ ପତିଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ପୀଡିତା ଅଭିଯୋଗ କରିଛନ୍ତି ଯେ ପତି-ପତ୍ନୀ ମିଶି ପ୍ରଥମେ ଜବରଦସ୍ତି ମଦ ପିଆଉଥିଲେ ଏବଂ ଯୌନ ଶୋଷଣ କରୁଥିଲେ। ପୀଡିତା ସେହି ସମୟରେ କିଛି ବୁଝି ପାରୁନଥିଲେ ଯେ, ଏହି ଦୁଇ ଜଣଙ୍କଠୁ ନିଜକୁ କେମିତି ବଞ୍ଚାଇବେ। ହେଲେ ଜାରା ଏବଂ ତାଙ୍କ ପତି ଭିକ୍ଟର ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିନ୍ତୁ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଚନ୍ତି। ଉଲ୍ଲେଖନୀୟ, ଯେଉଁ ସମୟରେ ଜାରା ଏବଂ ଭିକ୍ଟର ନାବାଳିକାଙ୍କ ସହିତ ଏମିତି ଘୃଣିତ କାମ କରୁଥିଲେ, ସେତିକି ବେଳେ ଉଭୟ ବିବାହ କରିନଥିଲେ।

ଜାରା ଫିଥିୟନ ୨୦୧୬ରେ ‘ଡକ୍ଟର ଷ୍ଟ୍ରେଞ୍ଜ’ ଫିଲ୍ମରେ ବ୍ରୁନେଟ୍ ଜିଲୋଟ ଭୂମିକାରେ ଅଭିନୟ କରିଥିଲେ। ୨୦୨୦ରେ ରିଲିଜ୍ ହୋଇଥିବା ଫିଲ୍ମ ଟ୍ରାଇବଲ ଗେଟ୍ ଆଉଟ୍ ଅଲାଇଭରେ ସେ ନଜର ଆସିଥିଲେ। ଏହା ବାଦ୍ ସେ ନିକଟରେ ରିଲିଜ୍ ‘ଏକ୍ସିଡେଣ୍ଟ ମ୍ୟାନ୍ ୨’ରେ ଅଭିୟନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking