29.1 C
Bhubaneswar
Sunday, May 19, 2024
Homeଅପରାଧବେପାରୀଙ୍କୁ ଫସାଇ ଟଙ୍କା ଲୁଟୁଥିବା ଲୁଟେରାକୁ ଧରିଲା ପୋଲିସ

ବେପାରୀଙ୍କୁ ଫସାଇ ଟଙ୍କା ଲୁଟୁଥିବା ଲୁଟେରାକୁ ଧରିଲା ପୋଲିସ

ରାଜସ୍ଥାନ : ରାଜସ୍ଥାନର ସିକରଠରେ ପୋଲିସ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ହନିଟ୍ରାପ କରି ବେପାରୀଙ୍କୁ ଫସାଇ ବ୍ଲାକମେଲିଂ ଜରିଆରେ ଟଙ୍କା ଲୁଟୁଥିଲା । ଏକ କୋଇଲା ବେପାରୀକୁ ଅପହରଣ ମାମଲାରେ ଯାଞ୍ଚ କରୁଥିବା ସମୟରେ ଏହି ଗ୍ୟାଙ୍ଗ ପୋଲିସ ହାତରେ ଧରା ପଡ଼ିଛି । ହରିଆଣାରୁ ରାଜସ୍ଥାନ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ କୋଇଲା ବେପାରୀକୁ ଅପହରଣ ପରେ ରାଜସ୍ଥାନର ସିକାର ଜିଲ୍ଲାରେ ରଖାଯାଇଥିଲ । ଏହି ଅପହରଣ ଘଟଣା ସାରା ଇଲାକାରେ ଚର୍ଚ୍ଚାର ବିଷୟ ପାଲଟିଥିଲ । ପରେ ସିକାର ଜିଲ୍ଲା ନଗର ପୋଲିସ ଏହି ମାମଲାର ସୁଚନା ରାଜସ୍ଥାନ ପୋଲିସକୁ ଦେଇଥିିଲ। ।
ଥାନା ଅଧିକାରୀ ପବନ କୁମାର ଚୌବେଙ୍କ ଅନୂସାରେ ୩ ଡ଼ିସେମ୍ବରକୁ ପୋଲିସକୁ ସୂଚନା ମିଳିଥିଲ । ଯେ ଜଣେ ବେପାରୀଙ୍କୁ ଅପହରଣ କରି ସିକାର ଜିଲ୍ଲାରେ ରଖାଯାଇଛି ଓ ଅପହରଣକାରୀ ମାନେ ୧୫ ଲକ୍ଷ ଟଙ୍କା ମାଗିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଓ ହରିଆଣା ପୋଲିସ ମିଳିତ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ତିରୁପତି ନଗର ଠାରେ ଏକ ୩ ମହଲା କୋଠାର ୩ୟ ମହଲାରୁ ଦିନେଶଙ୍କୁ ଉଦ୍ଧାର କରିଥିଲ  ଦିନେଶର କହିବା ଅନୂସାରେ ତାଙ୍କୁ ବର୍ଷେ ପୂର୍ବରୁ ଜଣେ ମହିଳାଙ୍କ ଫୋନ ଆସିଥିଲା । ତା’ଙ୍କ ଠାରୁ ୨ ଥର କୋଇଲା ମଧ୍ୟ ମଗାଇଥିଲେ । ଟଙ୍କା ଦେବାର ସମୟ ଆସିଲା ବେଳେ ମହିଳା ଜଣଙ୍କ ତା’ଙ୍କୁ ୧ ନଭେମ୍ବର ଦିନ ଦେଖାହେବା ପାଇଁ ସାଲସାର ଡ଼କାଇଥିଲେ । ଦିନେଶର କହିବା ଅନୂସାରେ ମହିଳା ଜଣଙ୍କ ତାଙ୍କ ସହିତ ସଂମ୍ପର୍କ ସ୍ଥାପନ କରିଥିଲେ । ପରେ କିଛି ଆମତ୍ତିଜନକ ଫୋଟ ଓ ଭିଡ଼ିଓ ଉଠାଇ ବ୍ଲାକମେଲ କରିବା ଆରମ୍ଭ କରାଯାଇଥିଲ । ଦିନେଶ ସିକାର ପହଞ୍ଚି ଫଟୋ ଡ଼ିଲିଟ ପାଇଁ କହିବାରୁ ତାଙ୍କୁ ଦେଢ କୋଟି ମାଗିଥିଲେ । ଦିନେଶଙ୍କ ପାଖରେ ଏତେ ଟଙ୍କା ନଥିବାରୁ ୧୫ ଲକ୍ଷ ଟଙ୍କା ଦେବା ନାମରେ କଥା ଛିଡ଼ିଥିଲ । ସେପଟେ ଘର ଲୋକ ସିକାର ପୋଲିସକୁ ଖବର ଦେବା ପରେ ପୋଲିସ ଦିନେଶଙ୍କୁ ଠାବ କରି କଷ୍ଟଡ଼ିରେ ନେଇଥିଲ । ପୋଲିସର କହିବା ଅନୂସାରେ ଏବେ ମୁଖ୍ୟ ଆରୋପୀ ମନିଷକୁ ଗିରଫ କରାଯାଇଛି । ଏହି ଘଟଣା ଏକ ହନିଟ୍ରାପର ଘଟଣା ବୋଲି ଜଣା ଯାଉଛି ଯେଉଁଥିରେ ବଡ଼ବଡ଼ ବେପାରୀ ମାନଙ୍କୁ ଫସାଇ ଟଙ୍କା ହଡ଼ପ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking