43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗ୭୬ ବର୍ଷରେ ପଦାର୍ପଣ କଲା କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

୭୬ ବର୍ଷରେ ପଦାର୍ପଣ କଲା କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

ଭୁବନେଶ୍ୱର: କଟକ ଏସସିବି ମେଡିକାଲ ସାରା ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହା ସମସ୍ତେ ଜାଣିଛନ୍ତି । ରାଜ୍ୟର ଗରିବ ଏବଂ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି ଏସସିବି ମେଡିକାଲ । ଖାଲି ଏତିକି ନୁହେଁ, ଦେଖିବାକୁ ଗଲେ ଏହା ଅନେକ ପ୍ରତିଭାବାନ ଡାକ୍ତରଙ୍କର ସୃଷ୍ଟି ମଧ୍ୟ କରିଛି । ୧୯୪୪ ମସିହାରେ ଆରମ୍ଭ ହୋଇଥିବା ଏସସିବି ମେଡିକାଲ କଲେଜ ଆଜି ୭୬ ବର୍ଷରେ ପଦାର୍ପଣ କରିଛି । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାଇନାମିକ ୱେବସାଇଟ ଓ ମେଡିକାଲ କଲେଜ ଆଲମୁନି ପୋର୍ଟାଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ସାରା ବିଶ୍ୱରେ ଏସସିବି ସମଗ୍ର ବିଶ୍ୱରେ ନିଜର ଡିଜିଟାଲ ଉପସ୍ଥିତି ଜାହିର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୫ଟି କାର୍ଯ୍ୟସୂଚୀରେ ଏସସିବିକୁ ସାମିଲ କରାଯାଇଛି । ଆଉ ଏବେ ଏହା ବିଶ୍ୱସ୍ତରୀୟ ହେବ । ଏହି ଡାଇନାମିକ ୱେବସାଇଟ ରେ ଏସସିବିର ସମସ୍ତ ତଥ୍ୟ ଅପଡେଟ୍ ରହିବ । ସେହିପରି ସମସ୍ତ ବିଭାଗ, ଡାକ୍ତର, ଚିକିତ୍ସା ବ୍ୟବସ୍ଥା ଓ ଆଉଟଡୋର ତଥ୍ୟର ସମସ୍ତ ସୂଚନା ଏଥିରୁ ମିଳିପାରିବ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌.ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ୫ଟି ସଟିବ ଭି.କେ ପାଣ୍ଡିଆନ ଏହାର ସଂଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking