36.1 C
Bhubaneswar
Wednesday, April 29, 2026
Homeଓଡିଶାଟାଟା ଷ୍ଟିଲ ଓ ନୀଳାଚଳ କାରଖାନାର କୋଇଲା ଓ କେମିକାଲ ପାଣିରେ ଧାନ ଫସଲ ନଷ୍ଟ

ଟାଟା ଷ୍ଟିଲ ଓ ନୀଳାଚଳ କାରଖାନାର କୋଇଲା ଓ କେମିକାଲ ପାଣିରେ ଧାନ ଫସଲ ନଷ୍ଟ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଟାଟା ଷ୍ଟିଲ ଓ ନୀଳାଚଳ ଇସ୍ପାତରେ ଲଗାଣ ବର୍ଷା ହେତୁ କାରଖାନାରୁ କେମିକାଲ ଓ କୋଇଲା ମିଶ୍ରିତ କଳା ବର୍ଜ ପାଣି ବାହାରି ଧାନ କ୍ଷେତରେ ମିଶିଲା। ଫଳରେ କାରଖାନାକୁ ନିକଟରେ ବା ସାରଙ୍ଗପୁର ମହନ୍ତ ସାହି, ଗୁଡ଼ିଆ ସାହି ଓ ହରିଜନ ସାହି ପ୍ରଭୁତି ବହୁ ଗ୍ରାମ ସହ ସହ ଏକର ଜମିର ଧାନ ଫସଲ ନଷ୍ଟ ହୋଇଯିବାର ଦେଖା ଯାଇଛି। ଏହିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହଁ ବିସ୍ଥାପିତ ସମସ୍ୟା ଦୂର ହୋଇ ନାହଁ ଶେଷରେ ଚାଷିମାନଙ୍କ ଜମିରେ କାରଖାନା ନିର୍ଗତ ଦୂଷିତ କେମିକାଲ ପାଣି ମିଶି ଚାଷିମାନଙ୍କ ଫସଲ ନଷ୍ଟ କରୁଛି। ଏ ସମ୍ପର୍କରେ ଅଭିଯୋଗ କଲେ କାରଖାନା କର୍ତ୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଜନ ପ୍ରତିନିଧି ନିରବ l

ପ୍ରଶାସନ ସରକାର ଜନ ପ୍ରତିନିଧିମାନେ ଶିଳ୍ପପତିମାନଙ୍କ ମୋହରା ସାଜିଛନ୍ତି। ବିସ୍ଥାପିତ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ଶିଳ୍ପପତିମାନଙ୍କ ଶହ ହାତ ମିଳାଇବା ଦ୍ୱାରା ଶିଳ୍ପପତିମାନେ ବିସ୍ଥାପିତ ଓ କାରଖାନାର ଚର୍ତ୍ତୃପାଶ୍ୱରେ ଥିବା ଗ୍ରାମ ଗୁଡିକ ଉପରେ ଦାଉ ସାଜି ଶୋଷଣ କରୁଛନ୍ତି l ଏବେ କାରଖାନାର କେମିକାଲ ଦୂଷିତ ଓ କୋଇଲା ଗୁଣ୍ଡ ପାଣି ମିଶି ଧାନ ପସଲ ଉଜୁଡି ଗଲା ତାହା କ୍ଷତି ପୂରଣ ଭରଣା କିଏ କରିବ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଚାଷୀ ମୂଲିଆ ପରିବାର ଧାର କରଜ କରି ବର୍ଷକ ପାଇଁ ଧାନ ଫସଲ କରି ପରିବାର ଗୁଜୁରାଣ ମେଣ୍ଟାଇବାକୁ ଆଶା ରଖୁଥିବା ବେଳେ କାରଖାନାର ବଳପାଣି ଜମିରୁ ଫସଲ ନଷ୍ଟ ହେବା ନେଇ ଚିନ୍ତାରେ ପଡ଼ିଛନ୍ତି ।

ପାଖାପାଖୁ ୨ ଏକହଜାର ରୁ ଜମିରେ ଏହି କୋଇଲା ଗୁଣ୍ଡ ମିଶା କେମିକାଲ ପାଣିରେ ବୁଡି ରହିଛି l ଚାଷୀ ମାନଙ୍କୁ କାର ଖାନା କର୍ତ୍ତ୍ତୃପକ୍ଷ ଉପ ଯୁକ୍ତ କ୍ଷତି ପୂରଣ ନ ଦେଲେ କଳିଙ୍ଗନଗର ରେ ଚାଷି ଆନ୍ଦୋଳନ ଭାୟା ଭୟ ହେବ ବୋଲି ସୂଚନା ମିଳୁଛି । ଏପରିକି ଲୋକଙ୍କ ଘରେ ଏହି ଦୂଷିତ ଜଳ ପଶି ଘର ଭିତରକୁ କଳା କରିଦେଇଥୁବା ଦେଖା ଦେଇଛି। ଏ ନେଇ ସ୍ଥାନୀୟ ପ୍ରଦୂଷଣ ଅଧୁକାରୀ ମଦନ ମୋହ‌ନ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ କି ଏ ବିଷୟରେ ଅଭିଯୋଗ ପାଇ ତଦନ୍ତ ପାଇଁ କାରଖାନାକୁ ଯାଇଥିଲେ। ଲଗାଣ ବର୍ଷା ଅଧିକ ମାତ୍ରାରେ ହେବାରୁ କାରଖାନାର ନୀଜା ଜାଗାରୁ କୋଇଲା ମିଶ୍ରିତ ପାଣି ଚାଷ ଜମିକୁ ଯାଇକି ପାଣିର ନମୁନା ଅଣାଯାଇଛି । ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଯିବ । ନମୁନା ପରୀକ୍ଷାଗାରରୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏତେବେ ଏନେଇ ବାଇଟ ଦେବା ପାଇଁ ମନା କରି କହିଲେ ତଦନ୍ତ କରି ସରିଲା ପରେ ଏ ସମ୍ପର୍କରେ ଜଣାଇବେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking