27.1 C
Bhubaneswar
Sunday, September 8, 2024
Homeଓଡିଶାଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କଲା ସିଏମସି

ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କଲା ସିଏମସି

କଟକ: ସିଏମ୍‌ସି ପକ୍ଷରୁ ଆଜି ସ୍ଥାନୀୟ ପ୍ରଫେସର କଲୋନୀସ୍ଥିତ ଏକ ନିର୍ସିଂହୋମକୁ ସିଲ କରାଯାଇଛି । ମଙ୍ଗଳାବାଗ ଅଞ୍ଚଳସ୍ଥିତ ପ୍ରଫେସର କଲୋନୀରେ ଥିବା ଏହି ନର୍ସିଂହୋମ ଉପରେ ସିଏମସି ପକ୍ଷରୁ ହଠାତ ଚଢାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା । ତେବେ ବିଭିନ୍ନ କାଗଜପତ୍ରରେ ତ୍ରୁଟି ଥିବା ଅଭିଯୋଗରେ ମାଲିକଙ୍କ ଠାରୁ ୬୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିବାବେଳେ ବେଳେ ଉକ୍ତ ନର୍ସିଂହୋମର ବ୍ୟବସାୟ ଅନୁମତିପତ୍ର (ଲାଇସେନ୍ସ) ଏବଂ ପ୍ଲାନ ଅନୁମୋଦନ ନଥିବା ଜଣାପଡ଼ିଥିଲା ।

ସେହିଭଳି ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ନର୍ସିଂହୋମ ଅସୁରକ୍ଷିତ ଥିବା ଜାଣିବାକୁ ମିଳିଥିଲା । ତେବେ ନର୍ସିଂହୋମରେ କେତେକ ରୋଗୀ ଥିବାରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମାଲିକଙ୍କୁ ଦୁଇଦିନ ସମୟ ଦିଆଯାଇଥିବା ଡେପୁଟି କମିଶନର ଶ୍ରୀ ମହାନ୍ତି କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ୪ଟି ନର୍ସିଂହୋମର ଭିତ୍ତିଭୂମି ନଥିବା ଦର୍ଶାଇ ସିଏମସି କର୍ତ୍ତୃପକ୍ଷ ଚିଠି କରିଥିଲେ । ନର୍ସିଂହୋମ ମାଲିକମାନେ ନିଜ ତରଫରୁ ସିଏମସିରେ ସମସ୍ତ କାଗଜପତ୍ର ଦାଖଲ କରିବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା । ୪ଟିରୁ ୩ଟି କାଗଜପତ୍ର ଦାଖଲ କରି ନିୟମ ଅନୁସାରେ ପଞ୍ଜିକରଣ କରାଇଥିଲେ । ଗୋଟିଏ ନର୍ସିଂହେମ କୌଣସି କାଗଜପତ୍ର ଦାଖଲ କରି ନଥିଲା । ତେବେ ସିଏମସି ନିର୍ଦ୍ଦେଶକୁ ପାଳନ କରି ନଥିବାରୁ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking