ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ମନ୍ଦିର ଖୋଲିବା ପାଇଁ ଦାବି ହେଉଛି । ଏହାରି ମଧ୍ୟରେ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ନବୀନ । ଏହା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଲା ପତାକା ପ୍ରଦର୍ଶନ କରାଯାଇଛି । ବଗଲା ଧର୍ମଶାଳା ନିକଟରେ କିଛି ଯୁବକଙ୍କ କଳା ପତାକା ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । କଳା ପତାକା ଧରି କାର୍ କେଡ ସାମ୍ନାକୁ ପଶି ଆସିଥିଲେ ଯୁବକ । ରାସ୍ତା ଉପରେ ବିକ୍ଷୋଭକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଛି । ବିକ୍ଷୋଭକାରୀଙ୍କୁ କାବୁ କଲା ପରେ ଆଗକୁ ବଢିଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି । ତେବେ କଳାପତାକା ପ୍ରଦର୍ଶନକାରୀ ଯୁବ କଂଗ୍ରେସ କର୍ମୀ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here