26.1 C
Bhubaneswar
Monday, May 11, 2026
Homeଦେଶ ବିଦେଶଦିଲ୍ଲୀରେ ପୁଣି ସ୍କୁଲକୁ ବୋମା ଧମକ

ଦିଲ୍ଲୀରେ ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀର କିଛି ସ୍କୁଲକୁ ବୋମା ମାଡ଼ ଧମକ ଦିଆଯାଇଛି। ବୁଧବାର ଦିଲ୍ଲୀର ୫୦ରୁ ଅଧିକ ସ୍କୁଲକୁ ବୋମା ଧମକପୂର୍ଣ୍ଣ ଇମେଲ୍ ମିଳିଛି। ଏଥିରେ ନଜଫଗଡ଼ ଏବଂ ମାଲବ୍ୟ ନଗରର ସ୍କୁଲ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ବୋମା ମାଡ଼ ଧମକ ଦିଆଯାଇଛି। ଧମକ ପାଇବା ପରେ ତୁରନ୍ତ ଦିଲ୍ଲୀ ପୋଲିସ ଆକ୍ସନ ମୋଡରେ ଆସି ପୋଲିସ ଡଗ୍ ସ୍କ୍ୱାଡ୍ ଦଳ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ସହିତ ବିଭିନ୍ନ ସ୍କୁଲରେ ପହଞ୍ଚିଛି। ଏହି ସ୍କୁଲଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମାଲବ୍ୟ ନଗରର ଏସକେଭି ସ୍କୁଲ ଏବଂ ପ୍ରସାଦ ନଗରର ଆନ୍ଧ୍ର ସ୍କୁଲ। ସମସ୍ତ ସ୍କୁଲର ତାଲିକା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୋଲିସ ରେକର୍ଡ ଅନୁଯାୟୀ, ଜାନୁଆରୀ ମାସରୁ ଦିଲ୍ଲୀ-ଏନସିଆରରେ ଅତି କମରେ ୭୪ଟି ଶିକ୍ଷାନୁଷ୍ଠାନ, ୭୦ଟି ସ୍କୁଲ ଏବଂ ଚାରୋଟି କଲେଜକୁ ବୋମା ଧମକ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking