37.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷରେ ଗୃହଯୁଦ୍ଧ ବିପଦ ଟଳିଲା; ୱାଗ୍‌ନର୍ ଗ୍ରୁପ୍‌ର ବିଦ୍ରୋହ ଶେଷ

ରୁଷରେ ଗୃହଯୁଦ୍ଧ ବିପଦ ଟଳିଲା; ୱାଗ୍‌ନର୍ ଗ୍ରୁପ୍‌ର ବିଦ୍ରୋହ ଶେଷ

ମସ୍କୋ: ରୁଷ୍‌ର ସୈନ୍ୟ ନେତୃତ୍ୱ ବିରୋଧରେ ପ୍ରାଇଭେଟ୍ ଆର୍ମି ୱାଗ୍‌ନର୍ ଗ୍ରୁପ୍ ଘୋଷଣା କରିଥିବା ବିଦ୍ରୋହରେ ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣଛେଦ ପଡ଼ିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ପ୍ରାଇଭେଟ୍ ଆର୍ମି ମାଲିକ ୟେଭଗେନୀ ପ୍ରିଗୋଝିନ୍ ନିଜ ସୈନିକଙ୍କ ବେସ୍ କ୍ୟାମ୍ପ୍‌କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରକ୍ତପାତରୁ ବର୍ତ୍ତିବା ପାଇଁ ଏହି ନିଷ୍ପତ୍ତି ନେଇଥିବା ପ୍ରିଗୋଝିନ୍ କହିଛନ୍ତି । ତେବେ ୱାଗ୍‌ନର୍ ଗ୍ରୁପ୍‌ର ବିଦ୍ରୋହ ଶେଷ କରାଇବାରେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର୍ ଲୁକାଶେଙ୍କୋ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଲୁକାଶେଙ୍କୋ ଓ ପ୍ରିଗୋଝିନ୍‌ଙ୍କ ମଧ୍ୟରେ ୨୦ ବର୍ଷର ସମ୍ପର୍କ ରହିଛି । ବିଦ୍ରୋହ ଆରମ୍ଭ ପରେ ଲୁକାଶେଙ୍କୋ ଓ ପ୍ରିଗୋଝିନ୍‌ଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଏହାପରେ ହିଁ ପ୍ରିଗୋଝିନ୍ ବୟାନ ଜାରିକରି ମସ୍କୋ ଅଗ୍ରସର ପ୍ଲାନ୍‌ରେ ପରିବର୍ତ୍ତନ କରିଥିଲେ । ଏହା ସହିତ ସେ ବେଲାରୁଷ ଅଭିମୁଖେ ଚାଲିଯାଇଛନ୍ତି । ଏହି ଘୋଷଣା ପରେ ୱାଗ୍‌ନର୍ ସୈନିକମାନେ କବ୍‌ଜା କରିଥିବା ଦକ୍ଷିଣ ରୁଷର ରୋସ୍ତୋଭ୍‌-ଅନ୍‌-ଡନ୍‌ର ସେନା ମୁଖ୍ୟାଳୟରୁ ବାହାରି ନିଜ ନିଜ ବେସ୍ କ୍ୟାମ୍ପ୍‌କୁ ଫେରିଯାଇଛନ୍ତି । ଏହି ଅବସରରେ ରାସ୍ତାରେ ନାଗରିକମାନେ ସେମାନଙ୍କ ସହିତ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି । ତେବେ ବିଦ୍ରୋହ ବେଳେ ଘଟିଥିବା ସଂଘର୍ଷରେ ୧୫ ରୁଷ୍ ସୈନିକ ପ୍ରାଣ ହରାଇଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି ।

କ୍ରେମ୍‌ଲିନ୍ ମୁଖପାତ୍ର ଦିମିତ୍ରୀ ଏସ୍ ପେସ୍‌କୋଭ୍ କହିଛନ୍ତି ପ୍ରିଗୋଝିନ୍‌ଙ୍କ ବିରୋଧରେ ଚାଲିଥିବା ସମସ୍ତ କ୍ରିମିନାଲ୍ କେସ୍ ବନ୍ଦ କରିଦିଆଯିବ । ଗ୍ରୁପ୍‌ର ସୈନିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ପ୍ରିଗୋଝିନ୍‌ଙ୍କୁ ରୁଷ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସେହିପରି ବିଦ୍ରୋହରେ ସାମିଲ ହୋଇନଥିବା ୱାଗ୍‌ନର୍ ଗ୍ରୁପ୍‌ର ସୈନିକଙ୍କ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଚୁକ୍ତିରେ ସ୍ୱାକ୍ଷର କରିବାକୁ ହେବ ଏବଂ ଜୁଲାଇ ୧ରୁ ସେମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାମ କରିବେ । ୱାଗ୍‌ନର ଗ୍ରୁପ୍ ମୁଖ୍ୟ ପ୍ରିଗୋଝିନ୍‌ଙ୍କ ଘୋଷଣା ପରେ ମସ୍କୋ ଏବଂ ଅନ୍ୟ ସହରରେ ଅବରୁଦ୍ଧ ରାସ୍ତାକୁ ଖୋଲି ଦିଆଯାଇଛି । ମସ୍କୋ ରାଜରାସ୍ତାରୁ ଟ୍ୟାଙ୍କ ସମେତ ସାଞ୍ଜୁଆ ବାହନ ହଟାଇ ଦିଆଯିବା ସହିତ ରୁଷ ସେନା ଅପସରି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking