ନୂଆଦିଲ୍ଲୀ : ସିନେମାପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଭୁବନେଶ୍ୱରରେ ପୁଣି ଖୋଲିଲା ସିନେମା ହଲ୍ । ବିଏମସି ଭବାନୀ ମଲ୍ରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସରେ ଦର୍ଶକଙ୍କ ପାଇଁ ଖୋଲିଲା ସିନେମା ହଲ୍ ଡିଏନ ରେଗାଲିଆରେ ଥିବା ଆଇନକ୍ସ ସିନେମା ହଲ୍ । ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ ସହ ହଲ୍ ଖୋଲିବାକୁ ଥିବା ବେଳେ ମଲ୍ଟିପ୍ଳେକ୍ସ ପକ୍ଷରୁ ଲୋକମାନଙ୍କୁ ବିଶେଷ ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି । ସିନେମା ହଲ୍ର କର୍ମଚାରୀଙ୍କ ଟିକାକରଣ ହୋଇଥିବା ବେଳେ ସିନେମା ଦେଖିବାକୁ ଆସୁଥିବା ବୟସ୍କ ଦର୍ଶକଙ୍କ ଟିକାକରଣ ପ୍ରମାଣପତ୍ର ଦେଖାଯିବ ବୋଲି ହଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହଲ୍ ଭିତରେ ସମସ୍ତ ପ୍ରକାର କୋଭିଡ ନିୟମ, ମାସ୍କ, ସାମାଜିକ ଦୂରତା ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଦର୍ଶକମାନେ କେବଳ ଇ-ଟିକେଟ୍ ନେଇ ସିନେମା ଦେଖିପାରିବେ । ଦର୍ଶକ ଯିବା ଏବଂ ଆସିବା ପରେ ଗେଟ୍ଠୁ ଲବି, ଅଡିଟରିୟମ ସମସ୍ତ ସ୍ଥାନ ସାନିଟାଇଜ୍ କରାଯାଉଛି। ଏଥର ହଲ୍ ପକ୍ଷରୁ ଛୋଟ ଗ୍ରୁପ୍ ଏବଂ ପରିବାର ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ଗୋଟିଏ ପରିବାର ଚାହିଁଲେ ମଧ୍ୟ ସେମାନଙ୍କ ମନପସନ୍ଦରେ ଫିଲ୍ମ ଦେଖିପାରିବେ। ଦର୍ଶକଙ୍କୁ ଅନଲାଇନ୍ରେ ଖାଦ୍ୟ ମିଳିପାରିବ। ଏପରିକି ସିନେମା ହଲ୍ରେ ବିଶେଷ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡ଼ିଛି ।