39.1 C
Bhubaneswar
Friday, April 26, 2024
HomeUncategorizedସାଣ୍ଟା କ୍ଲସ୍‌ ଓ ଏହାର ମାହାତ୍ମ୍ୟ

ସାଣ୍ଟା କ୍ଲସ୍‌ ଓ ଏହାର ମାହାତ୍ମ୍ୟ

ଭୁବନେଶ୍ୱର(ଓଏନଏ) :ନାଲି ନାଲି ପୋଷାକ,ଲମ୍ବା ଧଳା ଦାଢି,ମୁଣ୍ଡରେ ନାଲି ରଙ୍ଗର ଟୋପି ସହ ହାତରେ ଉପହାର ଭରା ବ୍ୟାଗ ଧାରଣ କରିଥିବା ସାଣ୍ଟା କ୍ଲସକୁ ସମସ୍ତେ ଜାଣନ୍ତି । ପିଲାଟି ବେଳୁ ଆମେ ଶୁଣି ଆସୁଛେ କି ଯେଉଁ ପିଲା ଭଲ ତାକୁ ସାଣ୍ଟା କ୍ଲସ ସବୁବେଳେ ଭଲ ଉପହାର ଦିଅନ୍ତି ସେହିପରି ଯେଉଁ ପିଲାମାନେ ଦୁଷ୍ଟ ପ୍ରକୃତିର ହୋଇଥାନ୍ତି ସାଣ୍ଟା କ୍ଲସ ତାଙ୍କୁ କୌଣସି ପ୍ରକାର ଉପହାର ଦିଅନ୍ତି ନାହିଁ । ତେବେ ପ୍ରକୃତରେ କିଏ ଏ ସାଣ୍ଟା କ୍ଲସ ? ତାହା ଆମେ ଆଜି ଆପଣଙ୍କୁ ଜଣାଇବୁ ।
ବହୁତ ବର୍ଷ ତଳର କଥା । ସେଣ୍ଟ ନିକୋଲାସ ନାମକ ଜଣେ ଧର୍ମାଧ୍ୟକ୍ଷ ଥିଲେ । ସେ ଜଣେ ନିର୍ମଳ ହୃଦୟର ବ୍ୟକ୍ତି ଥିଲେ ଏବଂ ତାଙ୍କ ପାଖରେ ପ୍ରଚୁର ଧନ ରହିଥିଲା । ସେଣ୍ଟ ନିକୋଲାସ ସେ ସମୟରେ ନିଜର ଦୟାଳୁ ତଥା ଦାନୀ ପଣିଆ ପାଇଁ ବେଶ ଲୋକପ୍ରିୟ ହୋଇ ପାରିଥିଲେ,କାରଣ ସେ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଥିଲେ ।

ତେବେ ଏ କାହାଣୀ ହେଉଛି ତୁର୍କୀର । ସେଠାରେ ଜଣେ ବ୍ୟକ୍ତି ବସବାସ କରୁଥିଲେ ଯିଏକି ବହୁତ ଗରିବ ତଥା ଅସହାୟ ଥିଲା ଏବଂ ତାଙ୍କର ତିନୋଟି ଝିଅ ଥିଲେ । ସେହି ସମୟରେ ସେ ଇଲାକାରେ ଯୌତୁକ ପ୍ରଥା ପ୍ରଚଳିତ ଥିଲା । ତେବେ ସେହି ବ୍ୟକ୍ତିର ତିନୋଟି ଝିଅ କ୍ରମେ ବଡ ହେବା ପରେ ଆର୍ଥିକ ଅଭାବ ହେତୁ ତାଙ୍କର ବିବାହକୁ ନେଇ ବ୍ୟକ୍ତି ଜଣକ ଖୁବ ଚିନ୍ତିତ ଥିଲେ । ତେବେ ଏହି କଥା କୌଣସି ସୂତ୍ରରୁ ସେଣ୍ଟ ନିକୋଲାସଙ୍କୁ ଜଣା ପଡିଥିଲା । ତା’ ପରେ ସେ ଗୋଟିଏ ଦିନ ମଧ୍ୟ ରାତ୍ରିରେ ସୁନାରେ ପରିପୂର୍ଣ୍ଣ ଏକ ଥଳୀ ଧରି ବାହାରି ଗଲେ ସେହି ଗରିବ ବ୍ୟକ୍ତି ଘରକୁ । ତାଙ୍କ ଘରେ ଥିବା ଚିମିନି ପାଖରେ ସେହି ଥଳିକୁ ରଖି ଦେଇ ଆସିଲେ । ସକାଳୁ ଉଠିବା ପରେ ଘରର ବଡ ଝିଅକୁ ପ୍ରଥମେ ସେ ଥଳୀ ମିଳିଥିଲା । ଏହା ସମ୍ପର୍କରେ ସେ ତାଙ୍କ ପିତାଙ୍କୁ ଅବଗତ କରାଇଥିଲେ । ଏହି ସୁନା ସାହାଯ୍ୟରେ ତାଙ୍କର ବିବାହ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଗଲା । ତାର ଠିକ ପରଦିନ ସେଣ୍ଟ ନିକୋଲାସ ପୁଣିଥରେ ସୁନାରେ ପରିପୂର୍ଣ୍ଣ ଥଳୀ ତାଙ୍କ ଘରେ ରଖି ଆସିଲେ ଏବଂ ଦ୍ୱୀତିୟ କନ୍ୟ।।ର ବିବାହ ମଧ୍ୟ ସମ୍ପର୍ଣ୍ଣ ହୋଇଗଲା । ହେଲେ ଗରିବ ବ୍ୟକ୍ତି ଜଣକ ସୁନା କେଉଁଠୁ ଆସୁଛି ବୋଲି ଚିନ୍ତାରେ ପଡି ଯାଇଥିଲେ,ତେଣୁ ସେ ଏହି ସୁନା କେଉଁଠୁ ଆସୁଛି ଜାଣିବା ପାଇଁ ଜଗି ରହିଲେ । ଏହି ସମୟରେ ସେଣ୍ଟ ନିକୋଲାସ ସୁନା ଥଳୀ ରଖୁଥିବାର ସେ ଦେଖିନେଲେ । ଏକଥା ଜାଣି ପାରି ସେଣ୍ଟ ନିକୋଲାସ ଏ ସମ୍ପର୍କରେ କାହାରିକୁ ନଜଣାଇବାକୁ ତାଙ୍କୁ ଅନୁରୋଧ କରିଥିଲେ । କାରଣ ସେ ପ୍ରକୃତରେ ତାଙ୍କର ସାହାଯ୍ୟ କରିବାକୁ ଚାହୁଁଥିଲେ । ହେଲେ ଏହି କଥା କିଛି ଦିନ ପରେ ଧିରେ ଧିରେ ପ୍ରଘଟ ହେବାରେ ଲାଗିଲା ଏବଂ ସେଣ୍ଟ ନିକୋଲାସ ଛୋଟ ଛୋଟ ଶିଶୁମାନଙ୍କୁ ଉପହାର ମଧ୍ୟ ଦେବାରେ ଲାଗିଲେ । ତେବେ ସାଣ୍ଟା କ୍ଲସ ଜଣେ ମନୁଷ୍ୟ ଥିଲେ ଏବଂ ତାଙ୍କ ପକ୍ଷରେ ସବୁ ଅସହାୟ ଲୋକଙ୍କ ପାଖରେ ପହଂଚିବା ସମ୍ଭବପର ନଥିଲା । ତେଣୁ ଲୋକେ ତାଙ୍କ ଦ୍ୱାରା ପ୍ରବାବିତ ହୋଇ ସାଣ୍ଟା କ୍ଲସ ଏକ ନାମକରଣ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking