30.1 C
Bhubaneswar
Friday, April 26, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳରେ ପୁଣି ତାତିଲେ ଆଦିବାସୀ

ସ୍ୱାଭିମାନ ଅଞ୍ଚଳରେ ପୁଣି ତାତିଲେ ଆଦିବାସୀ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ପୁଣି ତାତିଲେ ଆଦିବାସୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଥିବା କୁନ୍ତୁର୍ପଦର ଆଇ, ଆର, ବି, ପୁଲିସ କ୍ୟାମ୍ପର ବିଜୁଳି ସଂଯୋଗକୁ କାଟିଦେଇଛନ୍ତି ବିଚ୍ଛିନ୍ନାଞ୍ଚଳ ଆଦିବାସୀ ମଞ୍ଚ ।
ସୂଚନା ଅନୁଯାୟୀ, ମାଓବାଦୀଙ୍କ ପ୍ରୋରଚନାରେ ୫୦୦ ଶହରୁ ଅଧିକ ଗ୍ରାମବାସୀ କୁନ୍ତୁର୍ପଦର ଥିବା କ୍ୟାମ୍ପକୁ ନିଜର ପାରମ୍ପରିକ ଧନୁ, ତୀର ଓ ଟାଙ୍ଗିଆ ଧରି ଆକ୍ରମଣ କରିଥିଲେ , ପରେ ସେମାନଙ୍କ ବିଦ୍ୟୁତ୍ ତାର ମଧ୍ୟ କାଟି ଦେଇଥିଲେ। ଏହି ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଦେଇଥିବା ୩୧ ଦଫା ଦାବି ପୂରଣ ନ ହେବାରୁ ମଙ୍ଗଳବାର ଏଭଳି ନିଷ୍ପତି ନେଇଛନ୍ତି ଆଦିବାସୀ ସଂଘ। ଏହା ସହ ହନ୍ତାଲଗୁଡା ସ୍ତିତ ବି. ଏସ୍. ଏଫ୍ କ୍ୟାମ୍ପକୁ ପ୍ରତିଷ୍ଠା ନକରିବା ଓ ରାସ୍ତା ନକରିବାକୁ ବିରୋଧ କରିଥିଲ ବିଚ୍ଛିନ୍ନାଞ୍ଚଳ ଆଦିବାସୀ ସଂଘ। ପ୍ରଥମେ ବିଚ୍ଛିନ୍ନାଞ୍ଚଳରେ ଥିବା ସମସ୍ୟାର ସମାଧାନ କରାଯାଉ ପରେ ଏଠାରେ କ୍ୟାମ୍ପ ପ୍ରତିଷ୍ଠା କରାଯାଉ ବୋଲି ନିଷ୍ପତି ନେଇଛନ୍ତି ଆଦିବାସୀ ମଞ୍ଚ।
https://onakhabar.com/2020/01/01/car-accident-one-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking