27.1 C
Bhubaneswar
Friday, March 29, 2024
Homeଓଡିଶାକାର୍ ଦୁର୍ଘଟଣା : ୧ମୃତ, ୧ ଗୁରୁତର

କାର୍ ଦୁର୍ଘଟଣା : ୧ମୃତ, ୧ ଗୁରୁତର

ପିପିଲି : ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ଥ ହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ବି ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ରାସ୍ତା କଡରେ ଥିବା ଏକ ବ୍ରିଜରେ କାରଟି କୌଣସି କାରଣରୁ ମାଡ ହୋଇ ଖାଲ ମଧ୍ୟକୁ ପଶିଯାଇଥିଲା ।
କାରର ସମ୍ମୁଖ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ପିପିଲିରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର‌୍ୟ୍ୟ ଚଳାଇଥିବା ସୂଚନା ମିଳିଛି । ରାତି ପ୍ରାୟ ସାଢେ ୨ ଟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
https://onakhabar.com/2019/12/31/suicide-case-at-jajpur-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking