29.1 C
Bhubaneswar
Tuesday, July 15, 2025
Homeଓଡିଶାଚିତ୍ରକୋଣ୍ଡା ବିଡ଼ିଓଙ୍କ ହିରୋ ନିଶା, ମିଥ୍ୟା ଗୁଜବ, କୋଭିଡ ନିୟମ ଭଙ୍ଗ ହୋଇନଥିବା ସହ ଗତବର୍ଷ...

ଚିତ୍ରକୋଣ୍ଡା ବିଡ଼ିଓଙ୍କ ହିରୋ ନିଶା, ମିଥ୍ୟା ଗୁଜବ, କୋଭିଡ ନିୟମ ଭଙ୍ଗ ହୋଇନଥିବା ସହ ଗତବର୍ଷ ଆଲବମ ଟି ପ୍ରସ୍ତୁତ ହୋଇଥିବା ମତ ରଖିଲେ ବିଡ଼ିଓ

ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ କୁ ବିଡ଼ିଓ ଲରୀମନ ଖରସେଲ ଆସିବା ପରେ ବିଛିନାଞ୍ଚଳ ସମ୍ପୂର୍ଣ ଭାବେ ସ୍ୱାଭିମାନ ଅଞ୍ଚଳ ରେ ପରିଣତ ହୋଇଥିଲା। ବିଭିନ୍ନ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ କରି ଚିତ୍ରକୋଣ୍ଡା ବିଡ଼ିଓ ଲରୀମନ ଖରସେଲ ଚର୍ଚ୍ଚା କୁ ଆସିଥିବା ବେଳେ ସେ ପ୍ରଥମ କରି ସ୍ୱାଭିମାନ ଅଂଚଳର ଅପହଞ୍ଚ ଇଲାକା ଧୂଳିପୁଟ ଯେଉଁଠି ସେତେବେଳେ ମାଓବାଦୀ ସକ୍ରିୟ ଥିଲେ। ମାଓ ଅଧ୍ୟୁଷିତ ପଞ୍ଚାୟତ କୁ ପ୍ରଥମେ ସେ ପ୍ରଶାସନିକ ଅଧିକାରୀ ଭାବେ ପହଁଚି ଚର୍ଚ୍ଚାରେ ଥିଲେ। ଏମଜିଏନଆରଜିଏସ ର କୌଣସି କାର୍ଯ୍ୟ ପୂର୍ବରୁ ବିଛିନାଞ୍ଚଳ ରେ ପହଂଚୁନଥିଲା କିନ୍ତୁ ସେ ଆସିବା ପରେ ଏହି କାର୍ଯ୍ୟ କଣ ବିଛିନାଞ୍ଚଳବାସୀ ଜାଣିଥିଲେ। ଏଥିପାଇଁ ସେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ଚର୍ଚ୍ଚାରେ ଥିଲେ। କିନ୍ତୁ ବର୍ତ୍ତମାନ କିଛି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ଚିତ୍ରକୋଣ୍ଡା ବିଡ଼ିଓ। ସେ ପୂର୍ବରୁ ମଧ୍ୟ ବହୁତ ଆଲବମ ରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ତାଙ୍କର ଘୁରି ବୁଲୁଥିବା ଏହି ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରୁଥିବା ହିରୋ ଜଣକ ହେଲେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ। ଗତ ଅଗଷ୍ଟ ୨୦୧୮ରେ ଚିତ୍ରକୋଣ୍ଡା ବିଡିଓ ଭାବେ ସେ ଯୋଗ ଦେଇଥିଲେ। ଏହି କ୍ଲାସ–୧ ଓଏଏସ ଅଧିକାରୀ ଜଣକ ଯୋଗ ଦେବା ଦିନ ଠାରୁ ସଫଳତା କୁନେଇ ବେଶ ଚର୍ଚାରେ ରହି ଆସୁଛନ୍ତି ବାବୁ ଲରିମନ। କିନ୍ତୁ ଚିତ୍ରକୋଣ୍ଡା ବିଡ଼ିଓ ବର୍ତ୍ତମାନ ଯେ ଆଲବମ କରି ଚର୍ଚ୍ଚା ରେ ଅଛନ୍ତି। ତାହାର ପ୍ରତିକ୍ରିୟା ନେବାକୁ ଆମେ ଚିତ୍ରକୋଣ୍ଡା ବିଡ଼ିଓ ଙ୍କ ମତ ନେଇଥିଲୁ। ସେ କହିବାନୁଯାୟୀ ସେହି ଆଲବମ ଟିକୁ ସେ ଅବସର ସମୟରେ କରିଥିବା କହିଛନ୍ତି। ଆଗରୁ ମଧ୍ୟ ୩ ରୁ ୪ ଟି ଆଲବମ କରିଛନ୍ତି। ସେ କଳା କ୍ଷେତ୍ରରେ କୋର୍ସ କରି ଏହି ଆଲବମ ଗୀତ ଟିକୁ ସବୁ ଛୁଟି ସମୟରେ କରିଥିବା ନେଇ ନିଜର ମତ ଦେଇଛନ୍ତି। ଏହି ଆଲବମ ଟିକୁ କୁ ସେ ଗତବର୍ଷ ୨୦୧୯ ମସିହାରେ କରିଛନ୍ତି। କୋଭିଡ ର କୌଣସି ନିୟମ କୁ ଭଙ୍ଗ ସେ କରିନାହାନ୍ତି। କୋଭିଡ ସମୟରେ ଚିତ୍ରକୋଣ୍ଡା ଇକୋ ପାର୍କ ବନ୍ଦ ଥିବା ସେ କହିଛନ୍ତି। ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତେଣୁ ଏହି ସୌନ୍ଦର୍ଯ୍ୟ କୁ ସାରା ଓଡ଼ିଶାରେ କିପରି ଲୋକେ ଦେଖିବେ ସେ ନେଇ ସେ ଏହି ଆଲବମ ଭିଡିଓ ଟିକୁ ପ୍ରସ୍ତୁତ କରିଥିବା କହିଛନ୍ତି। ଏହାଦ୍ୱାରା ଯେପରି ଚିତ୍ରକୋଣ୍ଡା ଅଂଚଳ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିପାରିବ ତେଣୁ ସେ ଏହାକୁ ଆଖି ଆଗରେ ରଖି ଏହି ଆଲବମ ଭିଡିଓ ଟି କୁ ଚିତ୍ରକୋଣ୍ଡା ରେ ସୁଟିଂ କରିଥିବା ସେ କହିଛନ୍ତି। କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରାଯାଉଥିବା ଅଞ୍ଚଳବାସୀ ନିଜର ମତ ରଖିଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ଏପରି ଆଲବମ ଭିଡିଓ ପ୍ରସ୍ତୁତ ହେଲେ ତାକୁ ଦେଖି ବିଭିନ୍ନ ନିର୍ଦ୍ଦେଶକ ଙ୍କର ସୁଅ ଛୁଟିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking