ଜଳଵନ୍ଦୀ ଗାଁ

ଉଦଳା: ଜଳଵନ୍ଦୀ ରେ ଗ୍ରାମବାସୀ, ଗାଁ କୁ ରାସ୍ତା ଟିଏ ନାହିଁ, ଭାତରନ୍ଧା ଡେକଚିରେ ନଦୀପାରି ହେଉଛନ୍ତି ରୋଗୀ ଓ ଗର୍ଭବତୀ, ପିଇଵାପାଇଁ ନଦୀ ପାଣି ଭରଷା,ସ୍ଵାଧୀନତା ର ୭୩ ବର୍ଷ ପରେଵି ମୈଳିକ ସୁଵିଧା ରୁ ଵଂଚିତ ସାଧାରଣ ଲୋକ, ଆଖିରେ ନ ଦେଖିଲେ ବିଶ୍ୱାସ କରି ହେଵନି,ଏହି ଗାଁ ର ସ୍ଥିତି ପରଖି ଥିଲା ଓ ଏନ ଏ ଟିମ ।
ଶମିଳି ପାଳ ପାଦ ଦେଶରେ ଥିଵା ଏହି ଗାଁ ସଵଡିଭିଜନ ମୁଖ୍ଯାଳୟ ରୁ ମାତ୍ର୧୫ କିଲୋମିଟର ଦୂର,ଉଦଳା ଵ୍ଲକ ଅଧିନ ଵାଲମା ଗାଁ, ଏଠାରେ ଵାସ କରନ୍ତି୫୦/୬୦ ଆଦିବାସୀ ପରିଵାର, ଯାତାୟତ ପାଇଁ ୧କିଲୋମିଟର ପାଦଚଲା ରାସ୍ତା ଅତିକ୍ରମ କଲାପରେ ଦେଓନଦୀ ,ଏହିନଦୀ ପାରହେଲେ ଵାଲମା ଗାଁ ଦୀର୍ଘଦିନ ରୁ ନଦୀର ପୋଲ ନ ଥିଵାରୁ ଵର୍ଷା ଦିନେ ଲୋକମାନେ ଜଳଵନ୍ଦି ଜିଵନ ଵିତାଇ ଥା’ନ୍ତି ଵର୍ଷା୪ମାସ ଵି ପିଲା ମାନଙ୍କ ପାଠ ପଢା ଠପ ହୋଇଥାଏ ,ରୋଗ ଶୋକରେ ପଡିଲେ ଡଡେକଚି ଭରଷା ।

ଏହି ଗ୍ରାମରେ ମୁଖ୍ୟ ସମସ୍ୟା ହେଉଛି ପିଇଵା ପାଣି,କେଉଁ କେତେ ଦିନରୁ ନଳକୂପ ଟିଏ ଅଛି, ମାତ୍ର ପାଣି ଵାହାରୁନଥିଵା ଗ୍ରାମ ଵାସୀ ଅଭିଯୋଗ କରିଛନ୍ତି, କି ଖରା କି ଵର୍ଷା ସଵୁଦିନେ ନଦୀରୁ ଚୁଆତାଡି ପାଣି ପିଅନ୍ତି, ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ଥିଲେ ମଧ୍ୟ କୈଣସିପ୍ରଶାସନିକ ଅଧିକାରୀ କିମ୍ଵା ରାଜନେତାଙ୍କ ଅଣଦେଖା ଏମାନଙ୍କ ଉନ୍ନତି ରୋକିଛି,ନିର୍ବାଚନ ଆସିଲେ ନେତାମାନେ ନାନା ପ୍ରକାର ର ପ୍ରତୀସୃତୀ ଦିଅନ୍ତି ମାତ୍ର ନିର୍ବାଚନ ପରେ ଦିନେ ଵି ପାଦ ପଡେନି ,

ସ୍ଵାଧୀନତା ର ସ୍ଵାଦ ଜାଣି ପାରୁ ନ ଥିଵା ଏହି ନିରିହ ଆଦିବାସୀ ଙ୍କ ପାଇଁ ସରକାର ଙ୍କ କେତେକଣ ଯୋଜନା,ପ୍ରଧାନମନ୍ତ୍ରୀ ସଡକ ଯୋଜନା,ଗ୍ରାମ ସଡ଼କ ଯୋଜନା,ପଞ୍ଚାୟତ ସଡକ ଯୋଜନା ଏ ମାନଙ୍କ ପାଖରେ ଅପହଞ୍ଚ, ସ୍ଵାଧୀନ ନାଗରିକ ଵୋଲି ଦାବି କରି ଦୀର୍ଘ୭୩ଵର୍ଷ ପରେ ମଧ୍ୟ ମୈଳିକ ସୁଵିଧାରୁ ଵଞ୍ଚିତ ଏହିଆଦିଵାସୀ ଅଞ୍ଚଳ, ଉପଖଣ୍ଡ ମୁଖ୍ଯାଳୟରୁ ମାତ୍ର୧୫ କିଲୋମିଟର ଦୂରେରେ ଥିଵା ଅଧିକାରୀ କଣ କିଛି ଯାଣିପାରୁ ନାହାଁନ୍ତି, ନାଁ ସଵୁ ଜଣିଶୁଣୀ ନଜାଣିଵାର ଅଭିନୟ କରୁଛନ୍ତି ,ଏସମ୍ପକରେ ଆମେ ଉଦଳା ଵିଡିଓ ଦେଵଯାନୀ ଭୂୟାଁ କୁ ଯୋଗା ଯୋଗ କରିଵାରୁ ଅନୁସନ୍ଧାନ କରି ପଦକ୍ଷେପ ନିଆଜିବ ଵୋଲିପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here