30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତ-ବାଲାଂଦେଶ ସୀମାରୁ ଧରାପଡିଲା ଚୀନ ଗୁପ୍ତଚର

ଭାରତ-ବାଲାଂଦେଶ ସୀମାରୁ ଧରାପଡିଲା ଚୀନ ଗୁପ୍ତଚର

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ମହାମାରୀ ଉଗ୍ର ରୂପ ଦାରଣ କରିଥିବା ବେଳେ ଏହାରି ମଧ୍ୟରେ ଗୁରୁବାର ବିଏସଏଫ ଯବାନ ଜମେ ଚିନ ନାଗରିକଙ୍କୁ ଅବୈଧ ଭାବରେ ବାଙ୍ଗଲାଦେଶ ବର୍ଡରରୁ ଧରିଛନ୍ତି । ଏହି ଚୀନ ନାଗରିକ ନାଗରିକ ବଙ୍ଗଳାର ମାଲଦାରେ ପ୍ରବେଶ କରିବା ସମୟରେ ଧରାପଡିଥିବା ସୂଚନା ମିଳିଛି । ବର୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ଜଣାପଡିଛି ଯେ ସେ ହେଉଛି ଚୀନ ର ଗୁପ୍ତଚର । ତାର ନାମ ହାନ୍ ଜୁନବାଇ ଏବଂ ବୟସ ୩୬ ବର୍ଷ ବୋଲି ଜଣାପଡିଛି । ତେବେ ସେ ମନ୍ଦ ଉଦ୍ଦେଶ୍ୟ ରଖି ଭାରତକୁ ପ୍ରବେଶ କରୁଥିବା ବୋଲି ସୂଚନା ମିଳିଛି । ସେଥିପାଇଁ ଆଧିକାରିକ ଭାବରେ ତାକୁ ଗିରଫ କରାଯାଇଛି । କହରଖୁଛୁ, ତାର ଜଣେ ସହଯୋଗୀକୁ କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶର ପୁଲିସର ଆଣ୍ଟି ଟେରର ସ୍କାୟଡ ଗିରଫ କରିଥିଲା । ହାନ୍ ଜୁନବେ ଓ ତା ପତ୍ନୀ ବି ଏହି ମାମଲାରେ ସମାନ ଅଭିଯୁକ୍ତ । ପଚାରଉଚୁରା ସମୟରେ ହାନ୍ କହିଚି ଯେ, ତାର ସାଥୀ ପ୍ରତି ମାସରେ ଭାରତରୁ ୧୦-୧୫ ଭାରତୀୟ ସିମ୍ କାର୍ଡ ଚୀନକୁ ପଠାଉଥିଲା । ଜୁନବେ କହିଛି, ତାର ଗୁରୁଗ୍ରାମରେ ଏକ ହୋଟେଲ ରହିଛି, ଯେଉଁଠି ଅନ୍ୟ ଚୀନ ନାଗରିକ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking