31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକର୍ଣ୍ଣାଟକରେ ବଦଳିବେ କି ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ବଦଳିବେ କି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପା ଶୁକ୍ରବାର ଦିନ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ତାଙ୍କୁ ହଟାଇବାକୁ ମନା କରିଦେଇଥିବା ବିବୃତ୍ତି ତାଙ୍କୁ ଅଧିକ ଶକ୍ତି ଦେଇଛି ଏବଂ ସେ ଅବଶିଷ୍ଟ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବେ। ବିଜେପି ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇବା ପରେ ତାଙ୍କ ଦାୟିତ୍ୱ ବଢିଛି ବୋଲି ସିଏମ ୟେଡିୟୁରପ୍ପା କହିଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ୟେଦୁରୁପ୍ପା କହିଛନ୍ତି, କର୍ଣ୍ଣାଟକର ଦାୟିତ୍ୱରେ ଥିବା ଅରୁଣ ସିଂ କହିଛନ୍ତି ଯେ (ନେତୃତ୍ୱ ପରିବର୍ତ୍ତନ) ଉପରେ କୌଣସି ପ୍ରଶ୍ନ ନାହିଁ … ୟେଡିୟୁରପ୍ପା ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ (ମୁଖ୍ୟମନ୍ତ୍ରୀ) ରହିବେ ଏବଂ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିବେ । ଏଥିରେ କୌଣସି ପ୍ରଶ୍ନ ଉଠୁନାହିଁ ।

ଜିଲ୍ଲା ଅଧିକାରୀ ତଥା ଜନ ପ୍ରତିନିଧୀଙ୍କ ସହ ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ ୟେଡିୟୁରପ୍ପା ଅବଶିଷ୍ଟ ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରହିବେ ଏବଂ ସମସ୍ତଙ୍କ ସହଯୋଗରେ ମୁଁ ରାଜ୍ୟର ବିକାଶ ଯାତ୍ରା ଉପରେ ଧ୍ୟାନ ଦେବି ଏବଂ ଭଲ କାର୍ଯ୍ୟ କରିବି। ମୁଁ ଆନ୍ତରିକତାର ସହ ଚେଷ୍ଟା କରିବି।

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ମଧ୍ୟରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ମନା କରି କହିଛନ୍ତି ଯେ ୟେଦୁରପ୍ପା ଶୀର୍ଷ ପଦବୀରେ ରହିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking