ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ ମୋବାଇଲ ବଜାରକୁ କବଜା କରିନେଇଛନ୍ତି ଚୀନ କମ୍ପାନୀ । ଦିନ ଥିଲା ଭାରତରେ ନୋକିଆ, ମାଇକ୍ରୋମାକ୍ସ, ସ୍ପାଇସ, ସାମସଙ୍ଗ, ସୋନି ଆଦି କମ୍ପାନୀର ରାଜୁତି ଚାଲୁଥିଲା । ମାତ୍ର ଏବେ ଭାରତୀୟ ମୋବାଇଲ ବଜାରକୁ ସାଓମି, ଓପୋ ଓ ରିଅଲମି ପରି ଚୀନ କମ୍ପାନୀମାନେ କବଜା କରି ନେଇଥିବାରୁ ଭାରତୀୟ କମ୍ପାନୀମାନେ ଆଉ ଉଠି ପାରୁ ନାହାନ୍ତି ।