33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚୀନରୁ ମିଳିଲା ନୂଆ ଭାଇରସ ଜୋନୋଟିକ ଲାଜ୍ଞ୍ୟା

ଚୀନରୁ ମିଳିଲା ନୂଆ ଭାଇରସ ଜୋନୋଟିକ ଲାଜ୍ଞ୍ୟା

ବେଜିଂ : କରୋନା ସଂକ୍ରମଣ କମି ନ ଥିବାବେଳେ ପୁଣି ଚୀନରେ ଦେଖାଦେଇଛି ଏକ ନୂଆ ଭାଇରସ । ତାଇଓ୍ବାନ ସେଣ୍ଟର ଫର ଡିସିଜ କଣ୍ଟ୍ରୋଲ ଅନୁସାରେ ଚୀନରେ ଜୋନୋଟିକ ଲାଜ୍ଞ୍ୟା ନାମକ ଏକ ନୂତନ ଭାଇରସ ଦେଖାଦେଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଇଓ୍ବାନ ଏହାର ଚିହ୍ନଟ କରିଛି । ଏଥିସହ ସେ ଏହା ଉପରେ ନଜର ରଖିବା ସହ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି । ଏହି ଭାଇରସ ଚୀନର ଶୋଡ଼୍ୟାଗ ଏବଂ ହୋନାମ ଅଞ୍ଚଳରେ ମିଳିଛି । ତାଇପୋ ଟାଇମ୍ସ ଅନୁସାରେ ଏହା ପଶୁମାନଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ତାଇଓ୍ବାନର ସିଡିସିର ଉପ ମହାନିର୍ଦ୍ଦେଶକ ଚୁଆଁଗ ଜ୍ୟାନ ହିସିୟାଂଗ ରବିବାର କହିଛନ୍ତି କି ଅନୁଧ୍ୟାନରୁ ଜଣାପଡ଼ିଛି କି ଏହି ଭାଇରସ ମଣିଷଠାରୁ ମଣିଷ ଏହା ବ୍ୟାପିନଥାଏ । ମାତ୍ର ସିଡିସି ଏହା ମଧ୍ୟ କହିପାରୁନାହିଁ କି ଏହି ଭାଇରସ ମଣିଷକୁ ମଣିଷ ବ୍ୟାପିବନି ବୋଲି । ସେ ଏହା ସତର୍କ କରାଇଛି କି ଅଧିକ ସୂଚନା ନ ମିଳିବା ପର‌୍ୟ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking