29.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଚାଇନା ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡ୍‌ରୁ ସିନ୍ଧୁ ବିଦା

ଚାଇନା ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡ୍‌ରୁ ସିନ୍ଧୁ ବିଦା

ଶେନ୍‌ଝେନ୍‌: ଚାଇନା ମାଷ୍ଟର୍ସ ସୁପର୍ ୭୫୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଷ୍ଟାର୍ ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଦ୍ୱିତୀୟ ରାଉଣ୍ଡ୍‌ରେ ଶେଷ ହୋଇଛି। ଶେନ୍‌ଝନ୍‌ରେ ଗୁରୁବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ସିନ୍ଧୁଙ୍କୁ ସିଙ୍ଗାପୁର ଖେଳାଳି ୟିଓ ଜିୟା ମିନ୍ ୨୧-୧୬, ୧୭-୨୧, ୨୩-୨୧ରେ ପରାଜିତ କରିଛନ୍ତି। ସିନ୍ଧୁ ଟୁର୍ଣ୍ଣାମେଣ୍ଟ୍‌ର ଆରମ୍ଭ ଚମତ୍କାର ଢଙ୍ଗରେ କରିଥିଲେ। ସେ ନିଜଠାରୁ ଉଚ୍ଚ ର‌୍ୟାଙ୍କିଙ୍ଗ୍‌ର ଖେଳାଳି ବୁସାନନ୍ ଅଙ୍ଗ୍‌ବାମରୁଙ୍ଗ୍‌ଫାନ୍‌ଙ୍କୁ ମାତ୍ ଦେଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ। ତେବେ ଦ୍ୱିତୀୟ ରାଉଣ୍ଡ୍‌ରେ ତାଙ୍କୁ କଡ଼ା ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ସେ ବିଜୟୀ ହେବାରେ ସଫଳ ହୋଇନାହାନ୍ତି। ୟିଓ ଜିୟା ମିନ୍‌ଙ୍କ ବିପକ୍ଷ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ର ଏକତରଫା ପ୍ରଥମ ଗେମ୍‌ରେ ସିନ୍ଧୁ ୧୬-୨୧ରେ ପରାଜିତ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍‌ରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୨୧-୧୭ରେ ବିଜୟୀ ହୋଇ ସ୍ଥିତି ୧-୧ କରିଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ଗେମ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ଏବଂ ସିନ୍ଧୁ ଏକଦା ୧୩-୯ରେ ଆଗୁଆ ରହିଥିଲେ। ମାତ୍ର ଜିୟା ମିନ୍ ଆକ୍ରମଣାତ୍ମକ ଖେଳ ଦେଖାଇବା ସହିତ ସିନ୍ଧୁଙ୍କ ତ୍ରୁଟିରୁ ଫାଇଦା ଉଠାଇ ୨୩-୨୧ରେ ଗେମ୍ ସହ ମ୍ୟାଚ୍ ନିଜ ନାମରେ କରିଥିଲେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଏକ ଘଣ୍ଟା ୯ ମିନିଟ୍ ଧରି ଚାଲିଥିଲା। ଅନ୍ୟ ଏକ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଭାରତର ଅନୁପମା ଉପାଧ୍ୟାୟ ୨୧-୭, ୨୧-୧୪ରେ ଜାପାନର ନାତ୍ସୁକି ନିଦାଇରାଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ମାଳବିକା ମନସୋଡ୍‌ଙ୍କୁ ଥାଇଲାଣ୍ଡର ସୁପାନିଦା କେଟଥୋଙ୍ଗ୍ ୨୧-୯, ୨୧-୯ରେ ମାତ୍ ଦେଇଛନ୍ତି। ଅନୁପମା ଓ ମାଳବିକାଙ୍କ ମହିଳା ଯୋଡ଼ି ଚୀନ୍‌ର ଲ୍ୟୁ ଶେଙ୍ଗ୍ ଶୁ ଓ ଟେନ୍ ନିଙ୍ଗ୍‌ଙ୍କ ଯୋଡ଼ିଠାରୁ ହାରିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking