29.1 C
Bhubaneswar
Saturday, July 27, 2024
Homeଖେଳଚାଇନା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍‌; ଚାଇନାଲରେ ସାତ୍ତ୍ୱିକ-ଚିରାଗ ଯୋଡି

ଚାଇନା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍‌; ଚାଇନାଲରେ ସାତ୍ତ୍ୱିକ-ଚିରାଗ ଯୋଡି

ସେନ୍‌ଝେନ: ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ି ଶନିବାର ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସର ଫାଇନାଲରେ ପ୍ରବେଶ କରିଛନ୍ତି । ଗତବର୍ଷ ଫ୍ରେଞ୍ଚ୍ ଓପନରେ ପ୍ରଥମ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ସୁପର୍ ୭୫୦ ଟାଇଟଲ୍ ଜିତିଥିବା ଏହି ଭାରତୀୟ ଯୋଡ଼ି ଗତ ସପ୍ତାହରେ ଜାପାନ ମାଷ୍ଟର୍ସରେ ଟାଇଟଲ୍ ବିଜୟ ହାସଲ କରିଥିବା ନବଗଠିତ ଚୀନ୍ ଯୋଡ଼ି ହେ ଓ ରେନ୍‌ଙ୍କୁ ୨୧-୧୫ ଓ ୨୨-୨୦ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ । ଟାଇଟଲ ପାଇଁ ଭାରତୀୟ ଯୋଡିଙ୍କ ମୁକାବିଲା ଚୀନ୍ ଖେଳାଳିଙ୍କ ସହ ହେବ । ଦ୍ୱିତୀୟ ସେମିଫାଇନାଲ ଦୁଇ ଚୀନ୍ ଯୋଡ଼ି ଚେନ୍ ବୋ ୟାଙ୍ଗ ଓ ଲିଉ ୟି ଏବଂ ଦ୍ୱିତୀୟ ମାନ୍ୟତା ଲିଆଙ୍ଗ୍ ବେଇ କେଙ୍ଗ୍ ଓ ବାଙ୍ଗ ଚାଙ୍ଗ୍‌ଙ୍କ ମଧ୍ୟରେ ହେବାକୁ ରହିଛି ।

ପୂର୍ବରୁ ସେମି ଫାଇନାଲରେ ଭାରତୀୟ ଯୋଡି ୧୩ତମ ସିଡ୍ ଇଣ୍ଡୋନେସିଆର ଲିଓ ରୋଲି କାର୍ନାଣ୍ଡୋ ଓ ଡାନିଏଲ୍ ମାର୍ôଥନଙ୍କୁ ୪୬ ମିନିଟର ମୁକାବିଲାରେ ୨୧-୧୬ ଓ ୨୧-୧୪ ଗେମ୍‌ରେ ସିଧାସଳଖ ପରାସ୍ତ କରିଥିଲେ । ସାତ୍ତ୍ୱିକ ଓ ଚିରାଗ ବ୍ୟାଡମିଣ୍ଟନ୍ ଏସୀୟ ପ୍ରତିଯୋଗିତା, ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦, ସୁଇସ୍ ସୁପର ୩୦୦ ଏବଂ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଏକ ଉଜ୍ଜ୍ୱଳ ବର୍ଷରେ ପାଦ ଥାପିଛନ୍ତି । ବିଡବ୍ଲ୍ୟୁଏଫ୍ (ବ୍ୟାଡମିଣ୍ଟନ୍ ବାର୍ଲ୍ଡ ଫେଡେରେସନ୍‌) ବାର୍ଲ୍ଡ ଟୁର୍କୁ ଛଅଟି ସ୍ତର ଯଥା ବାର୍ଲ୍ଡ ଟୁର୍ ଫାଇନାଲ୍ସ, ଚାରିଟି ସୁପର ୧୦୦୦, ଛଅଟି ସୁପର ୭୫୦, ସାତଟି ସୁପର ୫୦୦, ଏବଂ ୧୧ଟି ସୁପର ୩୦୦ରେ ବିଭକ୍ତ କରାଯାଇଛି । ଟୁର୍ଣ୍ଣାମେଣ୍ଟର ଆଉ ଏକ ବର୍ଗ ବିଡବ୍ଲ୍ୟୁଏଫ୍ ଟୁର୍ ସୁପର୍ ୧୦୦ ସ୍ତର ମଧ୍ୟ ମାନ୍ୟତା ପଏଣ୍ଟ ପ୍ରଦାନ କରୁଛି । ଏହି ସବୁ ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ର‌୍ୟାଙ୍କିଙ୍ଗ ପଏଣ୍ଟ ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ସୁପର ୧୦୦୦ ସ୍ତରରେ ସର୍ବାଧିକ ପଏଣ୍ଟ ଓ ପୁରସ୍କାର ପୁଲ୍ ପ୍ରଦାନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking