16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଭାରତରେ ବିକ୍ରି ହେବନି ଚୀନ୍ ତିଆରି ଟେସ୍‌ଲା: ଗଡକରୀ

ଭାରତରେ ବିକ୍ରି ହେବନି ଚୀନ୍ ତିଆରି ଟେସ୍‌ଲା: ଗଡକରୀ

ନୂଆଦିଲ୍ଲୀ: ଟେସ୍‌ଲାର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କୁ ଭାରତରେ କାର୍ ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି ନୀତିନ ଗଡକରୀ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି, ଭାରତରେ କାର୍ ବିକିବାକୁ ହେଲେ ଭାରତରେ ହିଁ କାର୍ ନିର୍ମାଣ କରିବାକୁ ପଡିବ । ରାଇସିନା ବୈଠକ ଅବସରରେ ଗଡକରୀ ଏଭଳି ଏକ ସୂଚନା ଦେଇଛନ୍ତି । ମସ୍କଙ୍କୁ ଭାରତରେ ସବୁଠାରୁ ବଡ ବଜାର ମିଳିବ ତେବେ ଚୀନରେ କାର୍ ନିର୍ମାଣ କଲେ ମସ୍କଙ୍କୁ ଭାରତୀୟ ବଜାରକୁ ଭୁଲିଯିବା ଉଚିତ୍ ବୋଲି ଗଡକରୀ କହିଛନ୍ତି । ଚୀନ୍‌ରେ ମସ୍କଙ୍କୁ ମିଳୁଥିବା ସମସ୍ତ ସୁବିଧା ଭାରତୀୟ ବଜାରରେ ପ୍ରଦାନ କରାଯିବ ।

ସ୍ପେୟାର ପାର୍ଟସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ଏଠାରେ ପ୍ରଦାନ କରାଯିବ । ଯଦି ଭାରତରେ ମସ୍କ ନିଜର ବ୍ୟବସାୟ ଆରମ୍ଭ କରନ୍ତି ତେବେ ଭାରତରୁ ବେଶ ଫାଇଦା ହାସଲ କରିପାରିବେ । ଏହା ଉଭୟ ମସ୍କ ଏବଂ ଭାରତ ପାଇଁ ଖୁସି ଖବର । ଏହା ସହିତ ଅଶୋଧିତ ତୈଳ କାରଣରୁ ଭାରତ ବିଭିନ୍ନ ପ୍ରକାରର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଭାରତ ସରକାର ଅଶୋଧିତ ତୈଳ କିଣିବାରେ ବର୍ଷକୁ ୮ ଲକ୍ଷ କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏହାକୁ କମ୍ କରିବା ପାଇଁ ଭାରତରେ ଇଲେକ୍ଟ୍ରିକ୍ କାର୍‌ର ବ୍ୟବହାର ବଢିବା ଉଚିତ୍ । ସରକାରଙ୍କ ନିକଟରେ ରହିଥିବା ସମସ୍ତ ବିକଳ୍ପ ଉପରେ କାମ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଡକରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking