31.1 C
Bhubaneswar
Sunday, May 19, 2024
Homeକରୋନାଲଜ୍ଜାର ସବୁ ସୀମା ପାର୍‌ କଲା ଚୀନ : ଖେଳାଳିଙ୍କ ପ୍ରାଇଭେଟ୍‌ ପାର୍ଟରୁ ନେଲା କରୋନା...

ଲଜ୍ଜାର ସବୁ ସୀମା ପାର୍‌ କଲା ଚୀନ : ଖେଳାଳିଙ୍କ ପ୍ରାଇଭେଟ୍‌ ପାର୍ଟରୁ ନେଲା କରୋନା ଟେଷ୍ଟ ନମୂନା

ବେଜିଂ : ବିଶ୍ୱରେ କରୋନା ଭାଇରସ୍‌ ବିସ୍ତାର ପାଇଁ ଚୀନ ଦାୟୀ। ଆରମ୍ଭରୁ ହିଁ ସମସ୍ତେ ଚୀନକୁ ଦୋଷୀ କରିଛନ୍ତି। ଯଦିଓ ଏହି ଦେଶ ଏଥିରେ ସହମତ ନାହିଁ, କିନ୍ତୁ ଏଥିପାଇଁ ଚୀନ ଦାୟୀ ବୋଲି କୁହାଯାଉଛି। କରୋନା ଏପରି ଏକ ଭାଇରସ୍‌, ଯାହା ଗତ ଦୁଇ ବର୍ଷ ହେବ ଲୋକଙ୍କୁ ବିନାଶ କରି ଚାଲିଛି। ଟିକା ସତ୍ତ୍ୱେ ସଂକ୍ରମଣ କମିବାର ନା ନେଉ ନାହିଁ। ଡେଲଟା ପରେ ବର୍ତ୍ତମାନ ଏହାର ଓମିକ୍ରନ୍ ଭାରିଆଣ୍ଟ ଜନଜୀବନକୁ ଧ୍ୱଂସ କରୁଛି। ଚୀନରେ ପୁଣି କରୋନା ମାମଲାରେ ବୃଦ୍ଧି ଘଟିଛି। ଏହାରି ଭିତରେ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଶୀତକାଳୀନ ଅଲିମ୍ପିକ୍ସ ଅନୁଷ୍ଠିତ ହେବାର ଅଛି। ହେଲେ ଏହାକୁ ନେଇ ଏବେ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ପୂର୍ବରୁ ଚୀନ କରୋନା ଟେଷ୍ଟ କରିବା ପାଇଁ ଖେଳାଳିଙ୍କ ପ୍ରାଇଭେଟ୍‌ ପାର୍ଟରୁ ନମୁନା ନେଉଛି।

ଗତ ବର୍ଷ ମଧ୍ୟ ଚୀନ ଏନଲ୍‌ ସ୍ୱାବ୍‌ ଟେଷ୍ଟ କରିବାକୁ ନେଇ ବିବାଦ ଦେଖା ଦେଇଥିଲା। ବର୍ତ୍ତମାନ ଯେଉଁ ଖେଳାଳିମାନେ ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଛନ୍ତି, ସେମାନଙ୍କୁ ଏହି ବିବାଦୀୟ ଟେଷ୍ଟ ଦେଇ ଗତି କରିବାକୁ ପଡ଼ୁଛି। ଏହି ଟେଷ୍ଟ ଅତ୍ୟନ୍ତ ବିବାଦୀୟ ରହିଛି। କିନ୍ତୁ ଚୀନ ମୁତାବକ, ଏହା କରୋନାକୁ ଚିହ୍ନଟ କରିବାର ସବୁଠାରୁ ସୁରକ୍ଷିତ ତଥା ସଠିକ୍ ଉପାୟ। କରୋନାର ଏନଲ ଟେଷ୍ଟ୍ ବହୁତ ବିବାଦୀୟ। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ପାର୍ଟର ୫ ସେଣ୍ଟିମିଟର ଭିତର ପର୍ଯ୍ୟନ୍ତ ଟେଷ୍ଟିଂ କିଟ୍‌କୁ ଭର୍ତ୍ତି କରାଯାଇଥାଏ। ଏହାପରେ ଏହାକୁ ଘୂର୍ଣ୍ଣନ କରାଯାଇଥାଏ। ଯାଞ୍ଚ ପୂର୍ବରୁ ସ୍ୱାବ୍ କିଟକୁ ଭାଙ୍ଗି ଦିଆଯାଇଥାଏ।

ପୂର୍ବରୁ ମଧ୍ୟ ଚୀନ୍‌ରୁ ଏମିତି ଟେଷ୍ଟିଂ ଖବର ସାମ୍ନାକୁ ଆସିଥିଲା। ଏହାପରେ ବିବାଦ ବଢ଼ୁଥିବାର ଦେଖି ଏହାକୁ ରୋକି ଦିଆଯାଇଥିଲା। କିନ୍ତୁ ଏବେ ଶୀତକାଳୀନ ଅଲିମ୍ପିକ୍ସର ଠିକ୍ ପୂର୍ବରୁ ପୁଣିଥରେ ଏହାକୁ ଆପଣା ଯାଉଛି। ଚୀନ ଏହି ଖେଳକୁ ସୁରକ୍ଷିତ ଭାବରେ ଆୟୋଜନ କରି ବିଶ୍ୱରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ହେଉଛି। ଏହି ଖେଳ ଯେପରି ସୁରକ୍ଷିତ ରହିବ, ସେଥିପାଇଁ ଚୀନ ସମଗ୍ର ବେଜିଂରେ ଲକ୍‌ଡାଉନ ଲଗାଇ ଦେଇଛି। ଲୋକମାନେ ରାସନ ସୁଦ୍ଧା ନେବା ପାଇଁ ବାହାରକୁ ବାହାରି ପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ଚୀନର ଏନଲ ଟେଷ୍ଟିଂ ପୁଣିଥରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking