26.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶଚୀନରୁ ଠାବ ହେଲେ ଅରୁଣାଞ୍ଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ଯୁବକ

ଚୀନରୁ ଠାବ ହେଲେ ଅରୁଣାଞ୍ଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ଯୁବକ

ନୂଆଦିଲ୍ଲୀ: ନିଖୋଜ ଭାରତୀୟ ନାବାଳକଙ୍କୁ ଚୀନ ସୀମାରୁ ଠାବ କରାଯାଇଛି । ଏନେଇ ଭାରତୀୟ ସେନାକୁ ସୂଚନା ଦେଇଛି ଚୀନ ସେନା । ସୂଚନା ମିଳିବା ପରେ ଭାରତୀୟ ସେନା ନାବାଳକଙ୍କୁ ଫେରାଇ ଆଣିବାକୁ ସମସ୍ତ ପ୍ରସ୍ତୁତି କରିଛି । ଆଉ ନାବାଳକଙ୍କୁ ସୁରକ୍ଷୀତ ଭାବେ ଫେରାଇବାକୁ ଚୀନ ସେନାକୁ କହିଛନ୍ତି ଭାରତୀୟ ସେନା । ଭାରତକୁ ନାବାଳକଙ୍କୁ ଫେରାଇଆଣିବାକୁ କିଛି ଦିନ ସମୟ ଲାଗିପାରେ । ତେବେ ନାବାଳକ ଜଣକ କିପରି ଚୀନ ସୀମାକୁ ଗଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଗତ ଜାନୁଆରୀ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ମିରମ୍ ତାରନ୍ ନିଖୋଜ ହୋଇଯାଇଥିଲେ । ନାବାଳକଙ୍କ ନିଖୋଜକୁ ନେଇ ଅରୁଣାଞ୍ଚଳ ପ୍ରଦେଶର ଲୋକସଭା ସାଂସଦ ଅଭିଯୋଗ ଆଣିଥିଲେ । ସାଂସଦ କହିଥିଲେ କି, ନାବାଳକଙ୍କୁୁ ଅପହରଣ କରାଯାଇଛି । ଆଉ ଏନେଇ ସାଂସଦ ଟ୍ୱିଟ୍‍ କରିବା ସହ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଭାରତୀୟ ସୋନାକୁ ଟ୍ୟାଗ୍‍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking