26.1 C
Bhubaneswar
Monday, December 11, 2023
Homeକରୋନା୭ରୁ ୧୧ବର୍ଷ ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା

୭ରୁ ୧୧ବର୍ଷ ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା

ନୂଆଦିଲ୍ଲୀ: ୭ରୁ ୧୧ ବର୍ଷ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା । ସେରମ୍ ଇନଷ୍ଟିଚ୍ୟୁଟର କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କଲା ଭାରତର କେନ୍ଦ୍ରୀୟ ଔଷଧ ପ୍ରାଧିକରଣର ଏକ ବିଶେଷଜ୍ଞ ପ୍ୟାନେଲ୍ । ଏନେଇ ଏକ ସରକାରୀ ସୁତ୍ରରୁ ଜଣାପଡିଛି । ଶେଷ ପର୍ଯ୍ୟାୟ ଅନୁମୋଦନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ (ଡିସିଜିଆଇ ) ଏହି ସୁପାରିଶ ପଠାଯାଇଛି ।

ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ରୀୟ ଔଷଧ ପ୍ରାଧିକରଣରେ ମାର୍ଚ୍ଚ ୧୬ରେ ସେରମ ଇଷ୍ଟିଚ୍ୟୁଟ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଆବେଦନ କରିଥିଲେ । ଶୁକ୍ରବାର ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହାପରେ ୭ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭ୍ୟାକ୍ସ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିବାକୁ ସୁପାରିଶ କରାଯାଇଥିଲା ।

ଏପ୍ରିଲରେ ବସିଥିବା ଶେଷ ବୈଠକରେ ବିଶେଷଜ୍ଞ ପ୍ୟାନେଲ ଆବେଦନ ଉପରେ ପୁଣେ ଭିତ୍ତିକ ସଂସ୍ଥାଠାରୁ ଅଧିକ ତଥ୍ୟ ମାଗିଥିଲେ । ଡିସିଜିଆଇ ଥିଲା ଡିସେମ୍ବର ୨୮ରେ ବୟସ୍କମାନଙ୍କ କ୍ଷେତ୍ରରେ ଏବଂ ୧୨ ରୁ ୧୭ ବର୍ଷ ବୟସ ବର୍ଗରେ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ କୋଭୋଭ୍ୟାକ୍ସ ଅନୁମୋଦିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking