25.1 C
Bhubaneswar
Wednesday, January 8, 2025
Homeଓଡିଶାରାସ୍ତାରେ ପ୍ରସବ : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ରାସ୍ତାରେ ପ୍ରସବ : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ବ୍ରାହ୍ମଣୀଗାଁ:  କନ୍ଧମାଳରେ ପୁଣି ଦେଖାଯାଇଛି ଜନନୀ ଯନ୍ତ୍ରଣା ।  ଅଧରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା । ଏହି ସମୟରେ ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ ଚାଳକ ଶିବରାମ ମଲିକ ଓ ଫାର୍ମାସିଷ୍ଟ ଅମିତ୍ ଚନ୍ଦ୍ର ଦେହୁରୀ ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ପଞ୍ଚାୟତର ଲାଡ଼ାଙ୍ଗି ଗ୍ରାମର ଗର୍ଭବତୀ ମହିଳା ବନିତା ପ୍ରଧାନଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଉକ୍ତ ଗ୍ରାମକୁ ଯାଇଥିଲେ ମଧ୍ୟ ପ୍ରାୟ ୩ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ  ଆଗକୁ ଯାଇପାରିନଥିଲା ।

ପରିବାର ଲୋକେ ଘରଠାରୁ ପାହାଡ଼ ଡ଼େଇଁ ପ୍ରାୟ ଅଧକିଲୋମିଟର ରାସ୍ତା ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ଆଉ ସେମାନେ ଖଟିଆରେ ଗର୍ଭବତୀଙ୍କୁ  ଆଣିପାରିନଥିଲେ । ଆମ୍ବୁଲାନ୍ସ ଚାଳକ ଶିବରାମ ମଲିକ ଓ ଫାର୍ମାସିଷ୍ଟ ଅମିତ୍ ଚନ୍ଦ୍ର ଦେହୁରୀ ଷ୍ଟ୍ରେଚର ଧରି ପ୍ରାୟ ୩ କିଲୋମିଟର ଦୂରରେ ଥିବା ଗର୍ଭବତୀଙ୍କ ପାଖରେ ପହଞ୍ôଚଥିଲେ । ଷ୍ଟ୍ରେଚରରେ ଆଣୁଥିବା ବେଳେ ମହିଳା ଜଣକ ରାସ୍ତାରେ ହିଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ୩ କିଲୋମିଟର ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପାଖରେ ପହଞ୍ôଚଥିଲେ । ଉଭୟ ମାଆ ଓ ଶିଶୁକନ୍ୟାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking