28.1 C
Bhubaneswar
Saturday, July 27, 2024
Homeଓଡିଶାତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଅନୁଗୁଳ : ଆଜି ଉଦଘାଟନ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ ଚିକିତ୍ସାଳୟକୁ ଉଦଘାଟିତ କରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗଦେବେ । ପୂର୍ବରୁ ନେହେରୁ ଶତାବ୍ଦୀ ହସପିଟାଲ ଭାବରେ ତାଳଚେରରେ ଏହି ମେଡ଼ିକାଲ ଚାଲୁଥିଲା । ରାଜ୍ୟ ସରକାର ଏହାକୁ ହାତକୁ ନେବାସହ ନାମ ପରିବର୍ତ୍ତନ କରି ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ଡାକ୍ତରଖାନାର ନାମକରଣ କରିଛନ୍ତି । ପରବର୍ତ୍ତୀ ସମୟରେ ଏହା ମେଡ଼ିକାଲ କଲେଜ ଭାବରେ ପରିଚାଳିତ ହେବ,ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ଡାକ୍ତରୀ ପାଠ୍ୟକ୍ରମ ରହିବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking