ଭୁବନେଶ୍ୱର:ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଗତ ୩ଦିନ ହେଲାଣି ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ବୈଠକ ସାରି ଆଜି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ |ଏହି ବୈଠକରେ ଓଡିଶାକୁ `ଫୋକସ୍ ଷ୍ଟେଟ୍’ ମାନ୍ୟତା ପାଇଁ ଦାବି କରିଥିବା ବେଳେ ଓଡ଼ିଶାର ବିକାଶ ପାଇଁ ପ୍ରାକୃତିକ ବିପର୍ଯୟ ଓ ବନ୍ୟା ବାତ୍ୟା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଉଛି ବୋଲି କହିଥିଲେ |
ପ୍ରାକୃତିକ ବିପର୍ଯୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ |ସେହିପରି ଓଡ଼ିଶାର ଅବଦାନ ସ୍ୱାଧୀନତା ପାଇଁ କଣ ଥିଲା ତାହା ମଧ୍ୟ ବଖାଣିଥିଲେ | ସେ ଆହୁରି ମଧ୍ୟ କହିଥିଲେ ଓଡ଼ିଶାରେ ରେଲୱେ, ବ୍ୟାଙ୍କିଙ୍ଗ୍ ଓ ଟେଲିକମ୍ କ୍ଷେତ୍ରରେ ଆଗକୁ ନେଇ ସ୍ୱତନ୍ତ୍ର ସ୍ଥାନ ଦିଆଯାଉ |