28.1 C
Bhubaneswar
Thursday, March 28, 2024
Homeଓଡିଶାଗୋଟିଏ ମଞ୍ଚରେ ଏକାଠି ହେଲେ ନବୀନ-ଶାହା

ଗୋଟିଏ ମଞ୍ଚରେ ଏକାଠି ହେଲେ ନବୀନ-ଶାହା

କଟକ: କଟକ ଇନଡୋର ଷ୍ଟାଡିୟମର ଗୋଟିଏ ମଞ୍ଚରେ ଏକାଠି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗଦେଇଛନ୍ତି । ଏହା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟ ବି ସାମିଲ ହୋଇଛନ୍ତି ।

ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବା ପରେ ଆଜି ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ପରେ କଟକ ଗସ୍ତରେ ଯାଇ ଓଡିଆ ବଜାରସ୍ଥିତ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଶାହା କଟକ ଇଣ୍ଡୋର ଷ୍ଟାଡିୟମଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ୭୫ ତମ ବାର୍ଷିକ ଉତ୍ସବ ‘ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହା ସହ ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ମେ’ଫେୟାର ଠାରେ “ମୋଦି @ 20 : ଡ୍ରିମ୍ସ ମିଟ୍ ଡେଲିଭରି” ପୁସ୍ତକର ପଠନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking