28.1 C
Bhubaneswar
Sunday, September 8, 2024
Homeଓଡିଶାରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ: ବିଜେଡ଼ି

ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ: ବିଜେଡ଼ି

– ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଞ୍ଜୀବନୀ ପାଲଟିଛି ବିଏସ୍‌କେୱାଇ
– ବିଗତ ୫ ବର୍ଷ ମଧ୍ୟରେ ୪ ହଜାର ଡାକ୍ତରଙ୍କୁ ମିଳିଛି ନିଯୁକ୍ତି
– ବିଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡ଼ିକାଲ କଲେଜ ଓ ୨ଟି ପିଜି ଇନଷ୍ଟିଚ୍ୟୁଟ୍‌ ସ୍ଥାପନ

ଭୁବନେଶ୍ୱର : ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବା ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ରାଜ୍ୟର ସବୁ ବର୍ଗର ଲୋକ କିପରି ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁବିଧାରେ ପାଇପାରିବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପଦକ୍ଷେପ
ନେଉଛନ୍ତି ବୋଲି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ, ସାମୂହିକ ଟୀକାକରଣ, ପିଲାଙ୍କୁ ପୃଷ୍ଟିକର ଖାଦ୍ୟ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

କୋଭିଡ୍ ମହାମାରୀ ବେଳେ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବା ସହ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇଛନ୍ତି ରାଜ୍ୟ ସରକାର । ବିଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡ଼ିକାଲ କଲେଜ ଓ ୨ଟି ପିଜି ଇନଷ୍ଟିଚ୍ୟୁଟ୍ ସ୍ଥାପନ ହେବା ଫଳରେ ରାଜ୍ୟରୁ ପ୍ରତିବର୍ଷ ଉତ୍ତୀର୍ଣ୍ଣ ହେଉଥିବା ୩୦୦ ଡାକ୍ତରଙ୍କ ସଂଖ୍ୟା ଆଜି ୨୫୦୦ରେ ପହଞ୍ଚିଛି । ବିଗତ ୫ ବର୍ଷ ମଧ୍ୟରେ ୪ ହଜାର ଡାକ୍ତର, ୯ ହଜାରରୁ ଅଧିକ ନର୍ସଙ୍କ ସମେତ ଫାର୍ମାସିଷ୍ଟ, କ୍ନିସିଆନମାନଙ୍କୁ ନିଯୁକ୍ତି ଦିଆଯାଇଛି । ରୋଗୀସେବା କ୍ଷେତ୍ରରେ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇ ଆମ୍ବୁଲାନ୍ସ ପହଞ୍ଚିବା ସମୟକୁ ୨୦ ମିନିଟ୍‌କୁ ହ୍ରାସ କରାଯାଇପାରିଛି ।

ଆମ ହସ୍ପିଟାଲ ଯୋଜନାରେ ଚଳିତ ବର୍ଷ ୭୩ଟି ହସ୍ପିଟାଲର ରୂପାନ୍ତରଣ କରାଯିବା ସହ ଆଗାମୀ ୫ ବର୍ଷରେ ରାଜ୍ୟର ୧୮୫୮ଟି ହସ୍ପିଟାଲର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ରାଜ୍ୟର ପାଖାପାଖି ୧ କୋଟି ପରିବାର ପାଇଁ ସଞ୍ଜୀବନୀ ପାଲଟିଛି । ବିଏସ୍‌କେୱାଇ କାର୍ଡ଼ଧାରୀ ପ୍ରତ୍ୟେକ ପରିବାରର ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରହିଛି । ଏହି କାର୍ଡ଼ ଖଣ୍ଡକ ଜରିଆରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ରୁ ଅଧିକ ବେସରକାରୀ ହସ୍ପିଟାଲମାନଙ୍କରେ ନିଃଶୁଳ୍କ ଚିକିତ୍ସା ମିଳିପାରୁଛି । ସ୍ୱାସ୍ଥ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାୟୁସେବା ଆଉ ଏକ ଉଦାହରଣ । ମୋବାଇଲ କ୍ଲିନିକ ଦ୍ୱାରା ମୁଖ୍ୟମନ୍ତ୍ରୀ ଯୋଗାଉଛନ୍ତି ସ୍ୱାସ୍ଥ୍ୟସେବା । ୯୦ ପ୍ରତିଶତ ମାଆଙ୍କୁ ଦିଆଯାଇଛି ଟୀକା, ଶିଶୁମୃତ୍ୟୁ ହାର କମିଛି । ଏବେ ୧୧ଟି କ୍ୟାନସର ହସ୍ପିଟାଲ କାର୍ଯ୍ୟ କରୁଛି । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking