27.1 C
Bhubaneswar
Saturday, July 27, 2024
Homeଓଡିଶାବରିଷ୍ଠ ଓଏଏସ୍ ସ୍ତରରେ ଅଦଳ ବଦଳ

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ….
୧) ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଯୁଗଳେଶ୍ୱରୀ ଦାସଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ରୋଟି)ର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।
୨) କଟକସ୍ଥିତ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ସଚିବ ଭାବେ ବଦଳି ହୋଇଛି ।
୩) ଭୁବନେଶ୍ୱରସ୍ଥିତ ଇଡକୋ ଲ୍ୟାଣ୍ଡ ଅଫିସର ପ୍ରଜ୍ଞାଧାରା ମିଶ୍ରଙ୍କୁ ଇଡକୋ ମୁଖ୍ୟ ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ ବଦଳି
୪) କନ୍ଧମାଳ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ କଟକସ୍ଥିତ ଆରଡିସି କାର୍ଯ୍ୟାଳୟରେ ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି
୫) ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି
୬) ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ନିଗମର ଜେନେରାଲ ମ୍ୟାନେଜର ଇତିଶ୍ରୀ ଦାସଙ୍କ ବଦଳିକୁ ରଦ୍ଦ କରାଯାଇଛି । ତାଙ୍କୁ ଗତ ଜାନୁୟାରୀ ମାସରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା । ତାଙ୍କୁ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking