25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶନକ୍ସଲଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଟେକି ନେଇ ୨ ଜଣଙ୍କୁ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଟେକି ନେଇ ୨ ଜଣଙ୍କୁ ହତ୍ୟା

ରାୟପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଘରୁ ଟେକି ନେଇ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ଗତକାଲି ସନ୍ଧ୍ୟାରେ ଡଜନରୁ ଅଧିକ ମାଓବାଦୀ ସୁକମା ଦୁଲେଡ ଗାଁରେ ପହଞ୍ଚିଥିଲେ । ସେଠାରେ ଦୁଇ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ । ଗାଁଠାରୁ କିଛି ଦୂରକୁ ନେଇ ଦୁହିଁଙ୍କୁ ନିର୍ମମ ହତ୍ୟା କରିଥିଲେ ଏବଂ ମୃତଦେହକୁ ଫିଙ୍ଗି ଦେଇଥିଲେ । ମୃତକ ହେଲେ ସେହି ଗାଁର ସୋଢି ହୁଙ୍ଗା ଓ ମାଡବୀ ହୁଙ୍ଗା । ମାଓବାଦୀମାନେ ସୋଢି ହୁଙ୍ଗା ଓ ମାଡବୀ ହୁଙ୍ଗାଙ୍କୁ ହତ୍ୟା କରିବା ପରେ ଗାଁ ନିକଟରେ ମୃତଦେହ ଫିଙ୍ଗି ଚାଲି ଯାଇଥିଲେ । ମୃତଦେହ ପାଖରେ ଏକ ଚିଠି ମଧ୍ୟ ଛାଡିଥିଲେ ।

ଯେଉଁଥିରେ ମୃତକ ଦୁଇ ଜଣ ପୋଲିସ ଇନଫର୍ମର ଭାବେ କାମ କରୁଥିବା ମାଓବାଦୀମାନେ ଅଭିଯୋଗ କରିବା ସହ ହତ୍ୟାକାଣ୍ଡ ପାଇଁ ଛତିଶଗଡ଼ ସରକାରଙ୍କୁ ଘେରିଛନ୍ତି । ଏହାସହିତ ଚିଠିରେ ପୋଲିସ ଇନଫର୍ମର ଭାବେ କାମ ନ କରିବାକୁ ଗ୍ରାମବାସୀଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ସୁକମା ଏସପି କିରଣ ଚୌହ୍ୱାନ କହିଛନ୍ତି, ସୁକମା ଜିଲ୍ଲା ଚିନ୍ତାଗୁଡା ଥାନା ଦୁଲେଡ ଗାଁରେ ୨ ଜଣ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଛି । ହତ୍ୟା ସମର୍କରେ ସୂଚନା ପାଇବା ମାତ୍ରେ ଯବାନଙ୍କୁ ଘଟଣାସ୍ଥଳରେ ପଠାଯାଇଥିଲା । ଯବାନମାନେ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ନେଇଛନ୍ତି । ଏହି ଘଟଣା ପରେ ଦୁଲେଡ ଗ୍ରାମ ଆଖପାଖରେ ସର୍ଚ୍ଚ ଅପରେସନ ଜାରି ରହିଛି । ମାଓବାଦୀମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଦେଉନାହାନ୍ତି । ଯେଉଁଥିପାଇଁ ସେମାନଙ୍କ ପ୍ରତି ଜନସମର୍ଥନ କମିବାରେ ଲାଗିଛି । ଏହି କାରଣରୁ ମାଓବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଅନେକ ସମୟରେ ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହ କରି ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଖବର ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking