29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଫ୍ୟାମିଲି କୋର୍ଟର ଅଜବ ରାୟ; ସ୍ୱାମୀକୁ ମାସିକ ଭରଣପୋଷଣ ଭତ୍ତା ଦେବେ ସ୍ତ୍ରୀ

ଫ୍ୟାମିଲି କୋର୍ଟର ଅଜବ ରାୟ; ସ୍ୱାମୀକୁ ମାସିକ ଭରଣପୋଷଣ ଭତ୍ତା ଦେବେ ସ୍ତ୍ରୀ

ଇନ୍ଦୋର: ସାଧାରଣତଃ ଛାଡପତ୍ର ହେଲେ ସ୍ୱାମୀକୁ ନିଜ ସ୍ତ୍ରୀ ଓ ସନ୍ତାନଙ୍କ ଭରଣ ପୋଷଣ ପାଇଁ ଭତ୍ତା ଦେବାକୁ ପଡିଥାଏ । ମାତ୍ର ଇନ୍ଦୋରରେ ଘଟିଛି ଠିକ୍ ଓଲଟା ଘଟଣା । ଇନ୍ଦୋରର ଫ୍ୟାମିଲି କୋର୍ଟ ନିଜର ଏକ ଚକିତ କଲା ଭଳି ନିଷ୍ପତ୍ତି ଶୁଣାଇଛନ୍ତି, ଯେଉଁଥିରେ କୋର୍ଟ ସ୍ୱାମୀର ଚଳିବା ପାଇଁ ମାସିକ ୫୦୦୦ ଟଙ୍କା ଭତ୍ତା ଦେବାକୁ ମହିଳାକୁ ନିର୍ଦେଶ ଦେଇଛନ୍ତି । ୨୦୨୩ ଡିସେମ୍ବର ମାସରେ ମହିଳା ଜଣଙ୍କ ସ୍ୱାମୀ ବିରୁଦ୍ଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ ଏବଂ ଆଜି ଏହାର ରାୟ ପ୍ରକାଶ କରିଛି କୋର୍ଟ । ସ୍ୱାମୀ ପକ୍ଷରୁ ଲଢୁଥିବା ଓକିଲ ମନିଷ କହିଛନ୍ତି ଯେ, ତାଙ୍କ ମହକିଲ ଅମନ ଉଜ୍ଜୟିନୀର ବାସିନ୍ଦା । ୨୦୨୦ ମସିହାରେ ନିଜର କମନ ଫ୍ରେଣ୍ଡ ଜରିଆରେ ନନ୍ଦିନୀଙ୍କ ସହିତ ବନ୍ଧୁତା କରିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଅମନ ନନ୍ଦିନୀଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ, କିନ୍ତୁ ନନ୍ଦିନୀ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।

ଶେଷରେ ୨୦୨୧ ଆର୍ଯ୍ୟ ମନ୍ଦିରରେ ଅମନ ନନ୍ଦିନୀଙ୍କୁ ବିବାହ କରିଥିଲେ । ବିବାହ ପରେ ଏହି ଦମ୍ପତି ଇନ୍ଦୋରରେ ଏକ ଭଡା ଘରେ ରହିବା ଆରମ୍ଭ କରିଥିଲେ । ଅମନଙ୍କ ଓକିଲ କହିବା ମୁତାବକ, ବିବାହ ପରେ ନନ୍ଦିନୀ ଛୋଟ ଛୋଟ ପ୍ରସଙ୍ଗରେ ଅମନଙ୍କୁ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ବିଭିନ୍ନ ବିବାଦରେ ଅମନ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, ତଥାପି ସେ ତାଙ୍କ କଥା ଶୁଣି ନଥିଲେ । ନନ୍ଦିନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡି ଅମନ ନିଜ ପିତାମାତାଙ୍କ ସହିତ ରହିବା ଆରମ୍ଭ କରିଥିଲେ । ଏନେଇ ନନ୍ଦିନୀ ଅମନଙ୍କ ନିଖୋଜ ସମ୍ପର୍କିତ ଏକ ମାମଲା ଇନ୍ଦୋରର ଏକ ପୋଲିସ ଷ୍ଟେସନରେ ଦର୍ଜ କରିଥିଲେ ।

ଅମନ ନିଜ ପରିବାରକୁ ନିଜ ସହିତ ଘଟିଥିବା ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ଏହାର କିଛି ଦିନ ପରେ ନନ୍ଦିନୀ ଅମନଙ୍କ ବିରୁଦ୍ଧରେ ଘରୋଇ ହିଂସାର ମାମଲା ରୁଜୁ କରି ରକ୍ଷଣାବେକ୍ଷଣ ଭତ୍ତା ଦାବି କରିଥିଲେ । ଅମନ କୋର୍ଟରେ କହିଥିଲେ ଯେ ସେ ତାଙ୍କ ମାଙ୍କ ସହିତ ରହିବାକୁ ଚାହାଁନ୍ତି ଏବଂ ଯେତେ ବେଳେ ବି ସେ ଘର ଛାଡିବାକୁ ଚାହୁଁଥିଲେ ନନ୍ଦିନୀ ତାଙ୍କୁ ଘର ଭିତରକୁ ବନ୍ଦ କରିଦେଉଥିଲେ । ଅମନ କୋର୍ଟକୁ କହିଥିଲେ ଯେ ସେ ଜଣେ ଦ୍ୱାଦଶ ଶ୍ରେଣୀ ପାସ୍‌ଆଉଟ । ସେ ଉଚ୍ଚଶିକ୍ଷା ପାଇଁ କଲେଜରେ ଆଡମିଶନ ମଧ୍ୟ କରିଥିଲେ କିନ୍ତୁ ନନ୍ଦିନୀଙ୍କ ଲାଗି ସେ ପାଠ ପଢା ଛାଡିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ସେ ଜଣେ ବେକାର ଅଟନ୍ତି । ସେ କୋର୍ଟରେ ନିଜେ ନନ୍ଦିନୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ଦାବି କରି କହିଥିଲେ ଯେ ନନ୍ଦିନୀ ଏକ ବିଉଟି ପାର୍ଲର ଚଳାଉଛନ୍ତି । କିନ୍ତୁ ନନ୍ଦିନୀ ଏହାକୁ ଫାଙ୍କି ଦେଇଥିଲେ । କିନ୍ତୁ ଅମନଙ୍କ ଓକିଲ ନନ୍ଦିନୀ ଥାନାରେ କରିଥିବା ନିଖୋଜ ରିପୋର୍ଟକୁ ଉପସ୍ଥାପନ କରିଥିଲେ ଯେଉଁଥିରେ ନନ୍ଦିନୀ ଏକ ବିୟୁଟି ପାର୍ଲର ଚଳାଉଥିବା କଥା ଉଲ୍ଲେଖ ଥିଲା । ଉଭୟ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ନନ୍ଦିନୀଙ୍କୁ ଅମନଙ୍କୁ ୫୦୦୦ ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking