28.1 C
Bhubaneswar
Sunday, September 8, 2024
Homeଓଡିଶାକାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଖାରୁନ୍‌ ନଦୀରେ ବୁଡ଼ ପକାଇଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଖାରୁନ୍‌ ନଦୀରେ ବୁଡ଼ ପକାଇଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ରାୟପୁର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ପ୍ରତ୍ୟୁଷରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଖାରୁନ ନଦୀରେ ବୁଡ଼ ପକାଇ ଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି।ରିପୋର୍ଟ ସହିତ ‘ଏଏନ୍‌ଆଇ’ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୂଜା ଅର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ବଘେଲ ଖାରୁନ୍‌ ନଦୀରେ ବୁଡ଼ ପକାଇ ସ୍ନାନ କରିବା ସହିତ ପ୍ରଜ୍ଜ୍ବଳିତ ଦୀପ ଭସାଉଛନ୍ତି।

ଉଲ୍ଲେଖଯୋଗ୍ୟ, କାର୍ତ୍ତିକ ମାସରେ ଅନେକ ଲୋକ ଗଙ୍ଗା ଏବଂ ଅନ୍ୟାନ୍ୟ ପବିତ୍ର ନଦୀରେ ପ୍ରତି ଦିନ ପ୍ରତ୍ୟୁଷରୁ ବୁଡ଼ ପକାନ୍ତି। ଏହି ବୁଡ଼ ପକାଇବା ବିଧି ଶାରଦ ପୂର୍ଣ୍ଣିମାରୁ (କୁଆଁର ପୂର୍ଣ୍ଣିମା) ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ।

‌ଲୋକବିଶ୍ବାସ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ସମସ୍ତ ଦେବାଦେବୀ ପୃଥିବୀକୁ ଓହ୍ଲାଇ ଆସୁଥିବାରୁ ବଡ଼ ଉତ୍ସାହ ଉଦ୍ଦୀପନାର ସହିତ ଏହି ଦିନଟି ପାଳିତ ହୁଏ। ଲୋକେ ଜଳାଶୟ ନିକଟକୁ ଆସି ପାନପତ୍ର, ଫୁଲ, ଦୁଗ୍ଧ, ଫଳ ଓ ମୁଦ୍ରା ଅର୍ପଣ କରି ପ୍ରଜ୍ଜ୍ବଳିତ ଦୀପ ଭସାନ୍ତି। ତେଣୁ, କାର୍ତ୍ତିକ ପୂର୍ଣ୍ଣିମାକୁ ଦେବ ଦୀପାବଳି କୁହାଯାଏ।

ଏହାଛଡ଼ା, ବୈଷ୍ଣବ ଧର୍ମରେ କାର୍ତ୍ତିକ ମାସକୁ ଦାମୋଦର ମାସ କହନ୍ତି। ଦାମୋଦର ହେଉଛି ଭଗବାନ କୃଷ୍ଣଙ୍କର ଆଉ ଏକ ନାମ। କାର୍ତ୍ତିକ ପୂର୍ଣ୍ଣିମା ପ୍ରବୋଧିନୀ ଏକାଦଶୀ ସହିତ ସମ୍ପୃକ୍ତ। ଏହି ଭଗବାନ ବିଷ୍ଣୁ ନିଦ୍ରା ଯାଇଥିବା ଚତୁଃର୍ମାସ୍ୟାର ଅବସାନ ଘଟିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking