28.1 C
Bhubaneswar
Friday, July 26, 2024
Homeଦେଶ ବିଦେଶଦୁର୍ଘଟଣାଗ୍ରସ୍ତ କାରରୁ ଲୋକଙ୍କ ଜୀବନ ବଞ୍ଚାଇଲେ ମହମ୍ମଦ ଶାମି, ପ୍ରାଥମିକ ଚିକିତ୍ସା କରି ହସପିଟାଲ ପଠାଇଲେ

ଦୁର୍ଘଟଣାଗ୍ରସ୍ତ କାରରୁ ଲୋକଙ୍କ ଜୀବନ ବଞ୍ଚାଇଲେ ମହମ୍ମଦ ଶାମି, ପ୍ରାଥମିକ ଚିକିତ୍ସା କରି ହସପିଟାଲ ପଠାଇଲେ

ନୂଆଦିଲ୍ଲୀ: ପୁଣି ହିରୋ ସାଜିଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ଦେବଦୂତ ସାଜି ବଞ୍ଚାଇଲେ ଲୋକଙ୍କ ଜୀବନ । ଶାମି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇ ପୁଣି ହିରୋ ହୋଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଶାମି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ‘ କାହାର ଜୀବନ ବଞ୍ଚାଇ ବହୁତ ଖୁସି’ ।

ଖବର ମୁତାବକ, ଶନିବାର ଶାମି ଛୁଟି କାଟିବା ପାଇଁ ଉତ୍ତରାଖଣ୍ଡର ନୈନିତାଲ ଯାଉଥିଲେ । ଏହି ସମୟରେ ରାସ୍ତାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖି ଶାମି ନିଜ କାର୍ ଅଟକାଇ ଦୁର୍ଘଟଣାଗ୍ରସ୍ତ କାରରୁ ଆହତଙ୍କୁ ବାହାରକୁ ଆଣି ହସ୍ପିଟାଲ ପଠାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରଲ ହେଉଥିବା ଭିଡିଓରେ ଶାମି ଆହତଙ୍କ ହାତରେ ପଟି ବାନ୍ଧୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ଶାମି ଲେଖିଛନ୍ତି, ସେ ବହୁତ ଭାଗ୍ୟଶାଳୀ, ଭଗବାନ ତାଙ୍କୁ ନୂଆ ଜୀବନ ଦେଲେ । ତାଙ୍କ କାର ମୋ ସାମ୍ନାରେ ନୈନିତାଲ ପାହାଡ ରାସ୍ତାରୁ ତଳକୁ ପଡିଯାଇଥିଲା । ସେମାନଙ୍କୁ ଆମେ ସୁରକ୍ଷିତ ଉଦ୍ଧାର କରିଛୁ ।

ଏବେ ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି । ଶାମି ବିଶ୍ୱକପରେ ୨୦୨୩ରେ ଯାହା କମାଲ୍‌ କରିଥିଲେ, ପୁଣି ରିଅଲ ଲାଇଫରେ ହିରୋ ହୋଇଛନ୍ତି । ଦିନିକିଆ ବିଶ୍ୱକପ ଭାରତ ହାରିଯାଇଥିଲେ ମଧ୍ୟ ଶାମି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିଶ୍ୱକପର ୭ ମ୍ୟାଚ୍ରେ ୨୪ ୱିକେଟ ଦଖଲ କରି ସମସ୍ତଙ୍କୁ ନିଜ ଯାଦୁ ଦେଖାଇଛନ୍ତି । ତେବେ ବିଶ୍ୱକପ ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଡ୍ରେସିଂ ରୁମକୁ ଆସି ଭାରତୀୟ ଖେଳାଳିଙ୍କ ମନୋବଳ ବଢାଇଥିଲେ । ଏହି ସମୟରେ ଶାମିଙ୍କୁ କୁଣ୍ଢାଇ ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking