22.1 C
Bhubaneswar
Tuesday, January 14, 2025
Homeଓଡିଶାରେଲ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ

ରେଲ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ

ଟିଟିଲାଗଡ଼ :  ବଲାଙ୍ଗୀରି ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡି ସ୍ଥିତ ଗୋଏଲଭାଡ଼ି ଛକ ନିକଟରେ ଥିବା ଜଙ୍ଗଲର ଟ୍ରେନ ଲାଇନରେ କଟି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ରେଲଓ୍ବେ ଲାଇନ ନିକଟରୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକ ହେଲେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ରୁପାଧର ବଗର୍ତ୍ତି ବୋଲି ଜଣାପଡିଛି l ଯବାନ ଜଣକ ଅନୁଗୁଳ ଜିଲ୍ଲା ପାରାଦୀପ ଠାରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ । ଗତ କାଲି କେତେକ ଯୁବକଙ୍କ ସହ ମିଶି ଭୋଜି କରି ଘରକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି ।

ହେଲେ ଭୋର ୪ଟାରୁ ସେ ଘରେ କାହାକୁ କିଛି ନ କହି ଏକ ପଲସର ବାଇକ ଧରି ଚାଲି ଆସିଥିଲେ l ସକାଳୁ ଟିଟିଲାଗଡ଼କୁ ସଂଯୋଗ କରୁଥିବା ଗୋଏଲଭାଡ଼ି ଛକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରେଳ ଧାରଣାରେ ତାଙ୍କ ଶରୀର ଦୁଇ ଫାଳ ହୋଇଯାଇଥିଲା। ମୃତଦେହ ଦେଖି ଟିଟିଲାଗଡ଼ ଆରପିଏଫ ଥାନାକୁ ଖବର ଦେଇଥିଲେ ।ମୃତକଙ୍କ ବଡ଼ଭାଇ ରାଜକୁମାର ବଗର୍ତ୍ତି ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦୁଇ ରେଳ ଧାରଣା ମଝିରେ ମୃଦଦେହ ପଡ଼ି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଟ୍ରେନ ଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଆତ୍ମହତ୍ୟା ନାଁ ହତ୍ୟା କାରଣ ଅସ୍ପଷ୍ଟ ରହିଛି l ଅନ୍ୟପଟେ ରେଳ ଲାଇନ ନିକଟରେ ମୋବାଇଲ ପଡି ରହି ଥିବା ବେଳେ ମୃତ୍ୟୁର କାରଣ କଣ ତାହା ମୋବାଇଲ ହିଁ ରହସ୍ୟ ଖୋଳିବ ବୋଲି ଆଲୋଚନା ହୋଇଛି l ଜିଆରପି ପୋଲିସ ଘଟଣା ସ୍ଥାନରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking