32.1 C
Bhubaneswar
Sunday, April 28, 2024
Homeଅପରାଧମାମୁଁଘରେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

ମାମୁଁଘରେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଚେନ୍ନାଇରେ ଦୁଷ୍କର୍ମ ଲଜ୍ଜାଜନକ ଘଟମା ସାମ୍ନାକୁ ଆସିଛି । ଯେଉଁଠି ପୋଲିସ ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରିଛି । ସେହି ୩ ଅଭିଯୁକ୍ତଙ୍କ ଉପରେ ଜଣେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିବା ଭଳି ଅଭିଯୋଗ ରହିଛି । ଏନେଇ ପୀଡିତା ନାବାଳିକାର ମା ଥାନାରେ ଏଫଆଇଆର ଦେଇଛନ୍ତି ।
ଏହି ଘଟଣା ଚେନ୍ନାଇର ମଡିପକ୍କମରେ ଘଟିଛି । ୨ ଅଗଷ୍ଟରେ ପୀଡିତାର ଅଜା ତାଙ୍କ ଘରକୁ ଆସିଥିଲେ ଓ ନିଜ ଝିଅର ଅନୁମତିରେ ନାତୁଣୀକୁ ନିଜ ସହ ନେଇଥିଲେ । ପୁଲିସ କହିଛି ଯେ, ନିଜ ନାତୁଣୀକୁ ନେବା ପରେ ତା ଅଜା  ୪୨ ବର୍ଷୀୟ  ମାମୁ ଓ ୧୭ ବର୍ଷୀୟ ଭାଇ ପିଡୀତାକୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ  ଘରକୁ ଆସି ତା ମାଙ୍କୁ ଏସଂପର୍କରେ ସବୁ କହିବା ପରେ ହିଁ ଏହାର ଖୁଲାସା ହୋଇଥିଲା । ଏହା ଶୁଣିବା ପରେ ମା  ଙ୍କ ପାଦତଳୁ ମାଟି ଖସିଯାଇଥିଲା । ସେ ସାଙ୍ଗେ ସାଙ୍ଗେ ଝିଅକୁ ନେଇ ସରକାରୀ ହସ୍ପିଟାଲ ପହଂଚି ତାର ପରୀକ୍ଷା କରାଇଥିଲେ । ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ  ମାମଲା ରୁଜୁ କରି ପିଡୀତାର ଅଜା ଓ ମାମୁକୁ ଗିରଫ କରିଛି । ପରେ କୋର୍ଟ ଚାଲାଣ କରି ଜେଲ ପଠାଇ ଦିଆଯାଇଛି । ସଂପର୍କୀୟ ଭାଇକୁ ମଧ୍ୟ ଜେଲ ହାଜତକୁ ପୁଲିସ ପଠାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking