31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭାରତ ଉପହାରରେ ଦେଇଥିବା Mi-24 ହେଲିକପ୍ଟର ଉପରେ ତାଲିବାନର କବଜା

ଭାରତ ଉପହାରରେ ଦେଇଥିବା Mi-24 ହେଲିକପ୍ଟର ଉପରେ ତାଲିବାନର କବଜା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବାୟୁସେନା ଉପରେ ଆକ୍ରମଣ କରି Mi-24 ଆଟାକ୍ ହେଲିକପ୍ଟରକୁ ତାଲିବାନ ମାନେ କାବୁ କରିଛନ୍ତି । ଏହି ହେଲିକପ୍ଟରକୁ ଭାରତ ବନ୍ଧୁତ୍ୱର ଉଦାହରଣ ଭାବରେ ଆଫଗାନିସ୍ତାନକୁ ଉପହାର ଦେଇଥିଲା । ଏହି ହେଲିକପ୍ଟର ନିକଟରେ ତାଲିବାନ ଯୋଦ୍ଧାଙ୍କ ଉପସ୍ଥିତିର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । କୁହାଯାଉଛି ଯେ ତାଲିବାନଙ୍କ ଅଧୀନରେ ଆସିଥିବା ଏହି ହେଲିକପ୍ଟରର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । ଆଫଗାନିସ୍ତାନ ବାୟୁସେନା ହେଲିକପ୍ଟରକୁ ଛାଡିବାବେଳେ ତା ଭିତରୁ ଇଞ୍ଜିନ ଓ ଅନ୍ୟାନ୍ୟ ଯନ୍ତ୍ରପାତି ହଟାଇ ଦେଇଥିଲା । ଏଭଳି ପରିସ୍ଥିତିରେ ଏହି ହେଲିକପ୍ଟର ଉଡିପାରିବ ନାହିଁ ବୋଲି ଆଫଗାନିସ୍ତାନ ବାୟୁସେନା କହିଛି ।

ଉଲ୍ଲେଖନୀୟ ଯେ, ୨୦୧୫-୧୬ ବର୍ଷରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନକୁ ଭାରତ ଚାରିଟି Mi-24 ଆଟାକ୍ ହେଲିକପ୍ଟର ଉପହାର ଦେଇଥିଲା । ଯାହା ପରେ ମେ ୨୦୧୯ ରେ ଭାରତ ପୁଣି ଦୁଇଟି Mi-24 ହେଲିକପ୍ଟର ହସ୍ତାନ୍ତର କରିଥିଲା । ଏହି ହେଲିକପ୍ଟର ହସ୍ତାନ୍ତର ପାଇଁ ଆୟୋଜିତ ସମାରୋହରେ ତତ୍କାଳୀନ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଏବଂ ଆଫଗାନିସ୍ତାନର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଅସଦୁଲ୍ଲା ଖାଲିଦ ଯୋଗ ଦେଇଥିଲେ । Mi-24 ହେଲିକପ୍ଟର ଭି ଋଷରେ ନିର୍ମିତ, ଯାହାର ରପ୍ତାନି ପ୍ରକାରକୁ ଏଆଇ-୩୫ ଭାବରେ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking