33.3 C
Bhubaneswar
Tuesday, June 23, 2026
Homeଓଡିଶାମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ପଶୁବଳି

ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ପଶୁବଳି

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏଥିରେ ପୁଣି ମାନସିକ ପୂରଣ ନାଆଁରେ  ଶହ ଶହ ସଂଖ୍ୟାରେ ପଶୁବଳି ଦିଆଯାଉଛି। ଏଥିଯୋଗୁଁ ରକ୍ତରଞ୍ଜିତ ହୋଇଛି ରାଜପଥ। ଭବାନୀପାଟଣାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏଥିରେ ପୁଣି ମାନସିକ ପୂରଣ ନାଆଁରେ ଶହ ଶହ ସଂଖ୍ୟାରେ ପଶୁବଳି ଦିଆଯାଉଛି। ଏଥିଯୋଗୁଁ ରକ୍ତରଞ୍ଜିତ ହୋଇଛି ରାଜପଥ। ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ଲାଗି ବଳି ଦେଇଛନ୍ତି।  ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରୁଛନ୍ତି। ଶୁକ୍ରବାର ଭୋର ୪ଟାରେ ମା’ ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ଛତରଯାତ୍ରାରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ନିଜ ମାନସିକ ପାଇଁ ପାରା ଉଡ଼ାଇବା ସହିତ ପ୍ରାୟ ୪ କିମି ଅଧିକ ରାସ୍ତାରେ ବୋଦା, କୁକୁଡ଼ା, ବଳି ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking