ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ସୋମବାର ଆଂଶିକ ଭାବରେ ଚାରି ଧାମ ଯାତ୍ରା ଆରମ୍ଭ ପାଇଁ ନିର୍ଣ୍ଣୟ ନେଇଛନ୍ତି । ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଓ ଶାସକୀୟ ପ୍ରବକ୍ତା ସୁବୋଧ ଉନିୟାଲ କହିଛନ୍ତି ଯେ, କୋଭିଡ ୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତମାନ କର୍ଫ୍ୟୁ ୨୨ ଜୁନ ପର୍ଯ୍ୟନ୍ତ ଲାଗୁ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳ ୬ଟାରେ କର୍ଫ୍ୟୁ ଅବଧି ସମାପ୍ତ ହେଉଥିଲା । ଉନିୟାଲ କହିଛନ୍ତି, ଏହି ଅବଧିରେ କିଛି ପରିବର୍ତନ ସହିତ ଏସଓପି ଜାରି ରହିବ । ସେ କହିଛନ୍ତି, ଯେଉଁ ଜିଲ୍ଲାରେ ୪ ଧାମ ରହିଛି, ସେହି ଜିଲ୍ଲାବାସୀଙ୍କୁ ନେଗେଟିଭ ଆରଟିପିସିଆର କୋଭିଡ ଯାଂଚ ରିପୋର୍ଟ ପରେ ମନ୍ଦିର ଦର୍ଶନ ଅନୁମତି ଦିଆଯାଇଛି । ଏବେ ନେଗେଟିଭ ଆରଟିପିସିଆର ରିପୋର୍ଟ ସହିତ ଚମୋଲୀ ଜିଲ୍ଲା ନିବାସୀ ବଦ୍ରୀନାଥ ଧାମ, ରୁଦ୍ରପ୍ରୟାଗ ଜିଲ୍ଲା ନିବାସୀ ୍ଣଳଦାରନାଥ ଓ ଉତ୍ତରକାଶୀ ଜିଲ୍ଲା ନିବାସୀ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦର୍ଶନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି, ବିବାହ ଓ ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ଥିବା ଲୋକଙ୍କ ସଂଖ୍ୟା ୨୦ରୁ ବୃଦ୍ଧି କରାଯାଇ ୫୦ କରିବା ପାଇଁ ନିଷ୍ପତ୍ତି ହୋଇଛି ।