30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଏଣ୍ଟ୍ରି

ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଏଣ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦରେ ଘୋଷଣା କରିଛନ୍ତି ଯେ, ଆମ ଆଦମୀ ପାର୍ଟି ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ସମସ୍ତ ସିଟରେ ନିଜ ପ୍ରାର୍ଥୀ ଦେବ । ଅରବିନ୍ଦ ଆଜି ଅହମ୍ମଦାବାଦ ଗସ୍ତରେ ଅଛନ୍ତି । ଆଜି ସେ ସେଠାରେ ଆପ୍ ପ୍ରଦେଶ କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ବରିଷ୍ଠ ପତ୍ରକାର ଇସୁଦାନଭାଇ ଗଢବୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ  ପାର୍ଟିରେ ସାମିଲ ବି ହୋଇଛନ୍ତି । ଗୁଜୁରାଟ ବିଧାନସଭାରେ ୧୮୨ ସିଟ ରହିଛି ।  ଆପ କାର୍ଯ୍ୟାଳୟ ଉଦଘାଟନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ଗୁଜୁରାଟରେ କ୍ଷମତାରେ ଥିବା ବିଜେପି ଓ କଂଗ୍ରେସ ବିରୋଧରେ ଏକ ବିକଳ୍ପ ଅଛି । ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ୍ ସମସ୍ତ ସିଟରେ ନିର୍ବାଚନ ଲଢିବ । ଗୁଜୁରାଟରେ ଖୁବଶୀଘ୍ର ପରିବର୍ତନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking