28.1 C
Bhubaneswar
Thursday, May 2, 2024
Homeଓଡିଶାଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ବର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର । ଲାଞ୍ଚ କାରବାର ମାମଲାରେ ଅଭିଯୁକ୍ତ ତାଲିକାରେ ଥିବା ଚର୍ଚ୍ଚିତ ଆଜି ଗିରଫ ହୋଇଛନ୍ତି । ଏହାପୂର୍ବରୁ ସେ ଆଜି ଭୋର୍ ସମୟରେ ସିବିଆଇ ଅଫିସରେ ଆତ୍ମସମର୍ପଣ କରିଥିଲେ । ଚର୍ଚ୍ଚିତ ମିଶ୍ରଙ୍କ ଗିରଫଦାରୀ ପରେ ଲାଞ୍ଚ କାରବାର ମାମଲାରେ ମୋଟ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେପଟେ ଶୁକ୍ରବାର ରାତି ତମାମ୍ ମହିମା ମିଶ୍ର ଓ ତାଙ୍କ ବଡପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଛି ସିବିଆଇ । ଫଳରେ ଏହି ବାପପୁଅଙ୍କୁ ସାରା ରାତି ଭୁବନେଶ୍ବର ସ୍ଥିତ ସିବିଆଇ ଅଫିସରେ କାଟିବାକୁ ପଡିଛି । ଏପରିକି ଏଠାରେ ରହିବା ପାଇଁ ସେମାନଙ୍କ ଲାଗି ରାତିରେ ଗଦି ତକିଆ ଆସିଥିବା ଜଣାପଡିଛି। କୋଲପ୍ଲଟ ୨୫ ଲକ୍ଷ ଲାଞ୍ଚ କାରବାର ମାମଲାରେ ସିବିଆଇ ଏହି ଶିଳ୍ପପତି ଏବଂ ତାଙ୍କୁ ପୁଅଙ୍କୁ ପଚରାଉଚରା କରୁଛି । ସିବିଆଇ ଜେରାକୁ ନେଇ ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି, ”ମହିମା ମିଶ୍ର ସିବିଆଇକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ । ଉଈଓ ଯେତେବେଳେ ଡାକିବ ସେତେବେଳେ ସେ ହାଜର ହେବେ ।” କହିରଖୁଛୁ କି, କୋଲପ୍ଲଟ ଲାଞ୍ଚ କାରବାର ମାମଲାରେ ସିବିଆଇ ଗତକାଲି(ଶୁକ୍ରବାର) ୪ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା । ଏହାସହିତ ଏହି ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking