28.1 C
Bhubaneswar
Sunday, August 7, 2022
Homeଓଡିଶା*🌹☘️" ଆଜିର ଅନୁଚିନ୍ତା "

*🌹☘️” ଆଜିର ଅନୁଚିନ୍ତା “

🦋”ନିଜ ଉପରେ ବିପଦ ପଡିଲେ ହେ ଭଗବାନ୍ କାଇଁ ଏତେ କଷ୍ଟ ଦଉଚ ଅନ୍ୟ ଉପରେ ବିପଦ ପଡିଲେ କହିବ ହେ କର୍ମର ଫଳ ମଣିଷ ଚିନ୍ତା ଧାରା ଏମିତି !!”
🦋”ବନ୍ଧୁ ସେ ନୁହଁ ଯେ ତୁମକୁ ପ୍ରତେକ କଥାରେ ତୁମକୁ ବିନା କାରଣରେ ବିରୋଧ ଓ ସମାଲୋଚନା କରିବ,ପ୍ରକୃତ ବନ୍ଧୁ ସେ ଯେ ତୁମ ନିରବତା ର ଶବ୍ଦକୁ ଅନୁଭବ କରି ପାରିବ.. !!”.

🦋”କଦାପି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାରଣ ମାଲିକ୍ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି !!”

🦋”ଜୀବନରେ ନେଉଥିବା ନିଷ୍ପତି ଆମ ନିଜସ୍ବ ହୋଇଥାଇପାରେ କିନ୍ତୁ କିଛି ନିଷ୍ପତି ସମୟ ବି ନେଇଥାଏ… !!”

🦋”ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ ଆଗକୁ ବଢିବାକୁ ହୁଏ ::ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ !!”

🦋”ମିଥ୍ୟାରୋପ ଶୁଣିବା କଷ୍ଟଦାୟକ ତ ନିଶ୍ଚୟ କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧୌର୍ଯ୍ୟର ସହ ଅପେକ୍ଷା କରିବା ଉଚିତ୍,ସମୟ ହିଁ ଏହାର ଶ୍ରେଷ୍ଠ ଉତ୍ତର… !!”

🦋”ସମସ୍ତ ଜୀବର ଜନ୍ମ ଏବଂ ମୃତ୍ୟୁ ର ସମୟ ପୂର୍ବରୁ ନିର୍ଦ୍ଧାରିତ, ତେଣୁ ଏହି ସ୍ବଳ୍ପ ଜୀବନ କାଳ ମଧ୍ୟରେ କେବଳ ଧର୍ମ ସମ୍ମତ, ସର୍ବ ହିତକାରକ କାର୍ଯ୍ୟ କରିଯିବା ବୁଦ୍ଧିମାନର କାମ !!”

🦋”ସାଂସାରୀ ଜୀବ ଚାହେଁ ଯେ ତାକୁ ଧନ, ଜନ, ରାଜପାଟ ସବୁକିଛି ପ୍ରାପ୍ତ ହେଉ କିନ୍ତୁ ବିନା ପରିଶ୍ରମରେ ଏବଂ ବିନା ପ୍ରଚେଷ୍ଟାରେ ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ !!”

ମହାବୀର ପଞ୍ଚାଙ୍ଗ 🌹
🌹୬-୮-୨୦୨୨((ଶନିବାର))🌹
🪷🪷🪷🪷🪷🪷🪷🪷🪷🪷🪷🪷
ଅଦ୍ଯ କର୍କଟ ଦି୨୧ନ,ନବମୀ ଦ୫୧।୨୮ ରାଘ ୨।୨,ବିଶାଖା ଦ୩୨।୧୩ସଂଘ୬।୨୦,ତୁଳା ଚନ୍ଦ୍ର ଦ୧୭।୫୧ ଦିଘ ୧୨।୩୫.
🪷🪷🪷🪷🪷🪷🪷🪷🪷🪷🪷🪷
ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
କର୍କଟ ଦ୩/ ୨୪/୧୫ ଇଂଘ ୫/୨୭/୪୩ ଗତେ ଉଦୟ
ମକର ଦ୨/୫୭/୧୦ ଇଂଘ ୬/୧୭/୦୨ ଗତେ ଅସ୍ତ
🪷🪷🪷🪷🪷🪷🪷🪷🪷🪷🪷🪷
ଯୋଗିନୀ ପୂର୍ବେ । ରାତ୍ରି ଘ୨।୨ ଗତେ ଉତ୍ତରେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସନ୍ଧ୍ୟା ଘ୬।୨୦ ଗତେ ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୨।୩୫ ଗତେ ବିଛା ମକର କୁମ୍ଭ ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୭।୪ ମଧ୍ୟେ ଘ୪।୪୦ ଗତେ ଘ୬।୧୬ ମଧ୍ୟେ କାଳବେଳା । ଘ୧।୨୮ ଗତେ ଘ୩।୪ ମଧ୍ୟେ ବାରବେଳା । ରାତ୍ରି ଘ୭।୪୦ ମଧ୍ୟେ ଘ୪।୩ ଗତେ ଘ୫।୨୮ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ସନ୍ଧ୍ୟା ଘ୬।୨୦ ଗତେ ପାଦ ଦୋଷ । ଫଳଂ କୃଷି ହାନି । ଭୂମି ଦାନ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲାଉ) ଭକ୍ଷଣ ନିଷେଧ ।
🪷🪷🪷🪷🪷🪷🪷🪷🪷🪷🪷🪷
(ଅମୃତ) – ଦିବା ଘ୯।୨୭ ଗତେ ଘ୧୨।୩୯ ମଧ୍ୟେ ରାତ୍ରି ଘ୮।୪୦ ଗତେ ଘ୧୧।୪ ମଧ୍ୟେ ଘ୧୨।୪୦ ଗତେ ଘ୨।୧୬ ମଧ୍ୟେ ଘ୩।୪ ଗତେ ଘ୪।୪୦ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।
🪷🪷🪷🪷🪷🪷🪷🪷
🪷🪷🪷🪷🪷🪷🪷🪷🪷🪷🪷🪷

🌻ମେଷ:ଆଜି କରିଆସୁଥିବା ପ୍ରୟାସର ଫଳ ପାଇବେ। ଆପଣଙ୍କୁ ନେତୃତ୍ବ ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ।

🌻ବୃଷ: ଆପଣଙ୍କର ଆକର୍ଷଣୀୟ ସ୍ବଭାବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ନୂଆ ଜମି କିଣିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବରିଷ୍ଠ ଓକିଲଙ୍କ ପରାମର୍ଶ ଭଲ ପ୍ରମାଣିତ ହେବ।

🌻ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଲକ୍ଷ୍ୟର ଯଥେଷ୍ଟ ନିକଟରେ ପହଞ୍ଚି ପାରିବେ। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ।

🌻କକର୍ଟ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଚାରିପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

🌻ସିଂହ: ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ାରେ ମନ ଲାଗିବ।

🌻କନ୍ୟା: ପୂର୍ବ ନିବେଶରୁ ଲାଭ ହେବ। ରାଜନେତାଙ୍କ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପଇସା ଦେବାନେବା ବେଳେ ସାବଧାନ ରୁହନ୍ତୁ।

🌻ତୁଳା:ଆଜି ଦୂର ଯାତ୍ରାର ସମ୍ଭାବନା ରହିଛି। ଆପଣଙ୍କ ଉପରେ ଲୋକମାନଙ୍କର ଭରସା ବଢ଼ିବ। ଅଧୁରା କାମ ପୂରା କରିବା ଲାଗି ଭଲ ଦିନଟିଏ। ସ୍ବାସ୍ଥ୍ୟ ଠିକ୍ ରହିବ।

🌻ବିଛା: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଜୀବନସାଥୀ ସହିତ ମନୋମାଳିନ୍ୟ ଦୂର ହୋଇଯିବ। ସ୍ଥଗିତ କାମ ନେଇ ନୂଆ ମନ୍ତବ୍ୟ ମିଳିବ।

🌻ଧନୁ: ଦୀର୍ଘ ଦିନର ବାଧା ଦୂର ହେବ। ଘର ଲୋକଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ। ମହିଳାମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ।

🌻ମକର: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନିଜ କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

🌻କୁମ୍ଭ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସଫଳତା ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ।

🌻ମୀନ: ସମ୍ମାନିତ ଲୋକଙ୍କ ସହିତ ମିଶିବା ପାଇଁ ମଉକା ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ। କଠିନ ବିଷୟ ନେଇ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking