31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଉପରାଷ୍ଟ୍ରପତି ନିର୍ବାଚନ ଆଜି

ଉପରାଷ୍ଟ୍ରପତି ନିର୍ବାଚନ ଆଜି

ନୂଆଦିଲ୍ଲୀ: ଭାରତର ୧୪ତମ ଉପରାଷ୍ଟ୍ରପତି ପଦ ପାଇଁ ଆଜି ନିର୍ବାଚନ ହେବ ଏବଂ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ । ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଅଗଷ୍ଟ ୧୧ ତାରିଖରେ ଅବସର ଗ୍ରହଣ କରିବେ । ଚଳିତ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍‌ଡିଏ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନ୍‌କଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲ୍‌ଭା ବିରୋଧୀ ଦଳ ପ୍ରାର୍ଥୀ ହୋଇଛନ୍ତି । ଲୋକସଭା ଏବଂ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ସାଂସଦ ସଂଖ୍ୟା ଅଧିକ ଥିବାରୁ ଜଗଦୀପ ଧନକଡ଼ଙ୍କ ବିଜୟ ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଉଛି ।

ବାଲାଟ୍ ପେପର୍‌ରେ ହେଉଥିବା ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଭୋଟ୍ ଦେଇଥାନ୍ତି । ବାଲାଟ୍ ପେପର୍‌ରେ ସାଂସଦମାନଙ୍କୁ ନିଜ ପସନ୍ଦର ପାର୍ଥୀଙ୍କୁ ୧ ଏବଂ ଅନ୍ୟଙ୍କୁ ୨ ଏହିପରି ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ଉପରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧି ପଦ୍ଧତିରେ ହୋଇଥାଏ । ଏଥିରେ ଭୋଟ୍‌ଦାନ ପ୍ରକ୍ରିୟାକୁ ସିଙ୍ଗଲ୍ ଟ୍ରାନ୍ସଫରେବଲ୍ ସିଷ୍ଟମ୍ କୁହଯାଏ । ନିର୍ବାଚନରେ ଯେତିକି ସଂଖ୍ୟକ ସଦସ୍ୟଙ୍କ ଭୋଟ୍ ପଡ଼ିଥାଏ, ତାକୁ ଦୁଇଭାଗରେ ବିଭକ୍ତ କରାଯାଇ ସେଥିରେ ଏକ ଯୋଡ଼ାଯାଇଥାଏ । ଯେଉଁ ସଂଖ୍ୟା ବାହାରେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ସେତିକି ଭୋଟ୍ ମିଳିବା ଆବଶ୍ୟକ ହୋଇଥାଏ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲୋକସଭାର ୩୦୩ ଏବଂ ରାଜ୍ୟସଭାର ୯୩ ସାଂସଦଙ୍କୁ ମିଶାଇ ବିଜେପି ନିକଟରେ ମୋଟ ୩୯୬ ସାଂସଦ ରହିଛନ୍ତି, ଯାହା ଏନ୍‌ଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ପର୍ଯ୍ୟାପ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking