25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚନ୍ଦ୍ରବାବୁଙ୍କୁ ଜାମିନ ମିଳିବା ପ୍ରସଙ୍ଗ; ସୁପ୍ରିମ୍‌କୋର୍ଟ ଗଲେ ଆନ୍ଧ୍ର ସରକାର

ଚନ୍ଦ୍ରବାବୁଙ୍କୁ ଜାମିନ ମିଳିବା ପ୍ରସଙ୍ଗ; ସୁପ୍ରିମ୍‌କୋର୍ଟ ଗଲେ ଆନ୍ଧ୍ର ସରକାର

ବିଶାଖାପାଟଣା : ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ର ହାଇକୋର୍ଟ ଚଳିତମାସ ୨୦ରେ ନିୟମିତ ଜାମିନ ପ୍ରଦାନକରିଛନ୍ତି । ଏହାର ପ୍ରତିବାଦରେ ଆନ୍ଧ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଥିବାବେଳେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଆଳରେ ଚନ୍ଦ୍ରବାବୁ ୩୭୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଆନ୍ଧ୍ର ପୁଲିସ ସେପ୍ଟେମ୍ବର ୯ରେ ତାଙ୍କୁ ଗିରଫ କରିଥିଲା । ତେବେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଅକ୍ଟୋବର ୩୧ରେ ହାଇକୋର୍ଟ ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking