25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚଣ୍ଡିଗଡ଼ ମେୟର ନିର୍ବାଚନ: ୮ ନାକଚ ଭୋଟକୁ ବୈଧ ଭାବେ ଗଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଚଣ୍ଡିଗଡ଼ ମେୟର ନିର୍ବାଚନ: ୮ ନାକଚ ଭୋଟକୁ ବୈଧ ଭାବେ ଗଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଚଣ୍ଡିଗଡ଼: ମେୟର ନିର୍ବାଚନ ଟ୍‌ଯାମ୍ପରିଂ ମାମଲାରେ ସର୍ବୋଚ୍ଚକୋର୍ଟ ବଡ ରାୟ ଦେଇଛନ୍ତି । ଆଉ ଥରେ ଗଣତି କରିବା ଓ ପ୍ରିଜାଇଡିଂ ଅଧିକାରୀଙ୍କ ଦ୍ୱାରା ନାକଚ କରାଯାଇଥିବା ୮ ବାଲାଟକୁ ବୈଧ ଭୋଟ ଭାବେ ଗଣନା କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି । ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ପରେ ନାକଜ କରାଯାଇଥିବା ସମେତ ସମସ୍ତ ୮ ବାଲାଟ ପେପର ଓ ଗଣତି ସମର ଭିଡିଓ ମଧ୍ୟ ଦାଖଲ କରଯାଇଥିଲା । ନାକାଜ ବାଲାଟ ପେପରକୁ ତର୍ଜମା କରିବା ପରେ ଏହାକୁ ନାକଜ କରାଯିବା ପାଇଁ ଟ୍ୟାମ୍ପରିଂ କରାଯାଇଥିବା କୋର୍ଟ ଅନୁଭବ କରିଛନ୍ତି ।

ଏହି ୮ ନାକଜ ଭୋଟକୁ ବୈଧ ଭାବେ ଗଣତିରେ ସାମିଲ କରିବା ପାଇଁ କୋର୍ଟ କହିଛନ୍ତି । ତେବେ ପୁନଃଗଣତି ସହ ମେୟର ପଦବୀ ଆମ ଆଦମୀ ପାର୍ଟି- କଂଗ୍ରେସ ମେଣ୍ଟକୁ ଆସିବାକୁ ଯାଉଛି । ୩୦ ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିକୁ ୧୬ଟି ଭୋଟ ମିଳିଥିଲା । ଆପ-କଂଗ୍ରେସ ମେଣ୍ଟକୁ ୨୦ଟି ଭୋଟ ମିଳିଥିଲା । ମେୟର ପଦବୀ ଆମ ଆଦମୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ମାତ୍ର ‘ଆପ’ ସପକ୍ଷରେ ଯାଇଥିବା ୨୦ ଭୋଟ ମଧ୍ୟରୁ ୮ଟି ନାକଚ ହୋଇଯାଇଥିବା ଜଣାପଡିଥିଲା । ଫଳରେ ବିଜେପି ନେତା ମନୋଜ କୁମାର ଶଙ୍କର ମେୟର ନିର୍ବାଚିତ ହୋଇଥିଲା । ପରେ ପ୍ରିଜାଇଡିଂ ଅଧିକାରୀ ଭୋଟ ଗଣତି ବେଳେ ବାଲାଟ ପେପରେ ଟ୍ୟାମ୍ପରିଂ କରିଥିବା ଜଣାପଡିଥିଲା ।

ପ୍ରିଜାଇଡିଂ ଅଧିକାରୀ ଅନିଲ ନିଜେ ଗଣତି ସମୟରେ ବାଲାଟ ପେପରକୁ ନଷ୍ଟ କରିବା ପାଇଁ ସେଥିରେ କଲମରେ କିଛି ଦାଗ କରୁଥିବା ସିସିଟିଭି ଫୁଟେଜରେ ସାମ୍ନା ଆସିଥିଲା । ଆପ କାଉନସିଲର ଏନେଇ କୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲା । ଯାହାର ସିରିଜ ଶୁଣାଣି ଜାରି ରହିଥିଲା । ୫ ତାରିଖ ଶୁଣାଣିରେ ସୁପ୍ରିମକୋର୍ଟ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ନ୍ୟାୟପାଳିକା ଏପରି ହେବାକୁ ଦେବନି ବୋଲି ମଧ୍ୟ କୋର୍ଟ କହିଥିଲେ । ଗତକାଲି ଶୁଣାଣିରେ ନିର୍ବାଚନ ପରିଚାଳନା କରିଥିବା ପ୍ରିଜାଇଡିଂ ଅଧିକାରୀଙ୍କ ବିରୋଧରେ ମାମଲା ଦାଏର କରିବାକୁ କହିଥିଲେ କୋର୍ଟ । ଏହା ସହ ବାଲାଟ ପେପର ଓ ଗଣତି ଭିଡିଓ ମଧ୍ୟ କୋର୍ଟରେ ଦାଖଲ କରିବା ପାଇଁ କୁହାଯାଇଥିଲା । ଆଜି ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନାକଚ ଭୋଟକୁ ବୈଧ ଘୋଷଣା କରିବା ସହ ପୁନଃଗଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂଧ୍ୟା ସୁଦ୍ଧା ଆମ ଆଦମୀ ପାର୍ଟି ମେୟର ପଦବୀ ପାଇବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking