25.8 C
Bhubaneswar
Saturday, July 27, 2024
Homeଓଡିଶାସୋଆ ପକ୍ଷରୁ କୃଷି ଗବେଷଣାରେ ସାମ୍ପ୍ରତିକ ବିକାଶ ସମ୍ପର୍କିତ ପୁସ୍ତକ ପ୍ରକାଶନ

ସୋଆ ପକ୍ଷରୁ କୃଷି ଗବେଷଣାରେ ସାମ୍ପ୍ରତିକ ବିକାଶ ସମ୍ପର୍କିତ ପୁସ୍ତକ ପ୍ରକାଶନ

ଭୁବନେଶ୍ୱର,: କୃଷି ଏବଂ ଏହାର ସହଯୋଗୀ କ୍ଷେତ୍ରରେ ଗବେଷଣା ଓ ସାମ୍ପ୍ରତିକ ବିକାଶକୁ ନେଇ ‘ଫୁଡ୍ ଆଣ୍ଡ ଲାଇଭ୍‌ଲିହୁଡ୍ ଚ୍ୟାଲେଞ୍ଜେସ୍ ଆଣ୍ଡ ଅପର୍ଚୁନିଟିଜ’ ଶୀର୍ଷକ ଏକ ପୁସ୍ତକ ମଙ୍ଗଳବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ପୁସ୍ତକଟି ମିଳିତ ଭାବରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଏବଂ ନୂଆଦିଲ୍ଲୀର ନିପା ଜେନ୍‌ଏକ୍ସ ଇଲେକ୍ଟ୍ରୋନିକ୍ ରିସୋର୍ସେସ୍ ଆଣ୍ଡ ସଲ୍ୟୁସନ୍‌ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ପ୍ରକାଶିତ କରାଯାଇଛି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ଏହି ପୁସ୍ତକ ହେଉଛି ପ୍ରଥମ ବୈଷୟିକ ପ୍ରକାଶନ ।
ଏହି ପୁସ୍ତକରେ ବିଭିନ୍ନ ଜାତୀୟ ଗବେଷଣା ଅନୁଷ୍ଠାନ ସମେତ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍‌)ର ଖ୍ୟାତିସମ୍ପନ୍ନ ଲେଖକମାନେ ସେମାନଙ୍କ ନିଜ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଛନ୍ତି ।
ପୁସ୍ତକ ଉନ୍ମୋଚନ ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ, ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଏଏସ୍ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଆଇଏଏସ୍‌ର ପ୍ରଫେସର ଏନ୍‌.କେ .ଧଳ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking